ମଣିଷଖିଆ ବାଘକୁ ମାରିବାକୁ ନିର୍ଦ୍ଦେଶ…

add-all

Tiger_1702292414

କେରଳର ୱାୟନାଡ ଜିଲ୍ଲାରେ ଶନିବାର ଜଣେ କୃଷକଙ୍କୁ ମାରି ତାଙ୍କ ମାଂସ ଖାଇଥିବା ବାଘକୁ ମାରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରବିବାର କେରଳ ସରକାରଙ୍କ ବନ ବିଭାଗ ଏହି ନିର୍ଦ୍ଦେଶ ଦେଇଛି। ତେବେ ବାଘଟିକୁ ମାରିବା ପୂର୍ବରୁ ତାହା ମଣିଷ ମାରି ଖାଇଛି ବୋଲି ସ୍ପଷ୍ଟ କରିବାକୁ ହେବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

ବନ ବିଭାଗ ଦେଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ ଯଦି ବାଘଟିକୁ ଧରି ହେବ ନାହିଁ ବା ଟ୍ରାଙ୍କୁଲାଇଜ୍ କରାଯାଇପାରିବ ନାହିଁ ଓ ତାହା ମଣିଷ ମାଂସ ଖାଇଛି ବୋଲି ସାବ୍ୟସ୍ତ ହେବ, ତା’ହେଲେ ତାକୁ ମାରି ଦିଅ। କାରଣ ତାହା ଉକ୍ତ ଅଞ୍ଚଳର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ।

ବାଘଟି କେଉଁ ସ୍ଥାନରେ ଅଛି, ତାହା ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ୧୧ଟି କ୍ୟାମେରା ଲଗାଯାଇଛି।

ଗତ ଶନିବାର ବାଘ ଆକ୍ରମଣରେ ପ୍ରାଣ ହରାଇଥିବା ଚାଷୀଙ୍କ ନାଁ ହେଉଛି ପ୍ରଜେଶ। ତାଙ୍କୁ ୩୬ ବର୍ଷ ହୋଇଥିଲା। ପ୍ରଜେଶଙ୍କୁ ମାରିବା ପରେ ବାଘଟି ତାଙ୍କ ଶରୀରର କିଛି ଅଂଶକୁ ଖାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଡରି ଯାଇଛନ୍ତି। ଯେତେବେଳେ ପୁଲିସ୍ ପ୍ରଜେଶଙ୍କ ମୃତଦେହକୁ ସେଠାରୁ ନେବାକୁ ଯାଇଥିଲା ଲୋକ ଜୋରଦାର ବିରୋଧ କରିଥିଲେ।

ଚଳିତ ବର୍ଷ ଜାନୁଆରୀ ମାସରେ ୱାୟନାଡ ଜିଲ୍ଲାରେ ବାଘ ଆକ୍ରମଣରେ ଜଣେ ୫୨ ବର୍ଷୀୟ କୃଷକଙ୍କ ମୃତ୍ୟୁ ହୋଇଥିଲା।

ad-week
Leave A Reply

Your email address will not be published.