ପୁଲିସ କମିସନର କହିଲେ- ଅପରାଧୀଙ୍କୁ ଧରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ : କମିସନର ପୁଲିସ

add-all

Saumendra-Priyadarshi_police-commissioner-720x430

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ଆପର୍ଟମେଣ୍ଟଗୁଡ଼ିକରେ ଚୋରି ଲଗାତାର ଚୋରି ହେଉଛି। ଆପାର୍ଟମେଣ୍ଟରୁ ଚୋରି ଆମ ପାଇଁ ଚାଲେଞ୍ଜ ହୋଇପଡ଼ିଛି। ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସହର ବଢ଼ୁଥିବାରୁ ବିଭିନ୍ନ ଅଂଚଳରେ ଆପାର୍ଟମେଣ୍ଟ ତିଆରି ହେଉଛି। ଏହା ପୂର୍ବରୁ ମଧ୍ୟ କିଛି ଆପାର୍ଟମେଣ୍ଟରୁ ଚୋରି ହୋଇଛି। ଅପରାଧୀଙ୍କୁ ଧରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ। ପୂର୍ବରୁ ମଧ୍ୟ ଆପାର୍ଟମେଣ୍ଟ ବାସିନ୍ଦାକୁ ଆମେ ନିଜ ସୁରକ୍ଷା ପାଇଁ ନିବେଦନ କରିଥିଲୁ। ସବୁ କାମ ଲୋକଙ୍କ ଉପରେ ଛାଡ଼ି ଦେବା ଠିକ ନୁହେଁ। ଆମେ ମଧ୍ୟ ସବୁ ଅଞ୍ଚଳର ସୁରକ୍ଷା ଉପରେ ଧ୍ୟାନ ଦେଉଛୁ।
ପୁଲିସ କମିସନର କହିଛନ୍ତି, ପୁଲିସ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି। ଦୁର୍ଦାନ୍ତ ଲୁଟେରା ସାନୁ ସହ ତାର ଦୁଇ ସହଯୋଗୀଙ୍କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସାନୁ ବାଇକ ଲୁଟ କରୁଥିବା ବେଳେ ଦୁଇ ସହଯୋଗୀ ବାଇକ କିଣୁଥିଲେ। ଅଭିଯୁକ୍ତଙ୍କ ପାଖରୁ ୨୦ଟି ବାଇକ୍‌ ଜବତ ହୋଇଛି। ଅଭିଯୁକ୍ତ ସାନୁ ନାମରେ ୨୦ରୁ ଅଧିକ ମାମଲା ରହିଛି। ଅଭିଯୁକ୍ତମାନେ ଚୋରି ବାଇକ୍‌ରେ ଅପରାଧ ଘଟାଉଥିଲେ। ଚୋରି ବାଇକ୍‌ଗୁଡିକୁ ଅଳ୍ପ ଟଙ୍କାରେ ବିକ୍ରି କରୁଥିଲେ। ଏମାନେ ପୂର୍ବରୁ କେତେ ବାଇକ୍‌ ଚୋରି କରି ବିକ୍ରି କରିଛନ୍ତି ସେନେଇ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରର ଗାଡକଣରେ ସିରିଜ ଲୁଟ୍‌ ହୋଇଛି। ଲୁଟେରାମାନେ ଗୋଟିଏ ଦିନରେ ୫ଟି ଫ୍ଲାଟରୁ ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗାଡ଼କଣ ସ୍ଥିତ ସ୍ପେସ ଟାଉନ ଆପାର୍ଟମେଂଟରେ ସୋମବାର ଏହି ସିରିଜ ଲୁଟ ହୋଇଛି।

ad-week
Leave A Reply

Your email address will not be published.