ଗଞ୍ଜେଇ ମାଫିଆ ସର୍ଦାର ଲକ୍ଷ୍ମୀଧର ପ୍ରଧାନ ଓ ତା ସମ୍ପର୍କୀୟ ଭାଇକୁ ଓଡ଼ିଶାରୁ ଗିରଫ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ…

add-all

1-11

ମୁମ୍ବାଇ ମାଫିଆ ଓଡ଼ିଶାରୁ ଗିରଫ। ଗଞ୍ଜେଇ ମାଫିଆ ସର୍ଦାର ଲକ୍ଷ୍ମୀଧର ପ୍ରଧାନ ଓ ତା ସମ୍ପର୍କୀୟ ଭାଇକୁ ଓଡ଼ିଶାରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ଲକ୍ଷ୍ମୀଧର ମୁମ୍ବାଇ ପୋଲିସ ତାଲିକାରେ ମୋଷ୍ଟ ୱାଣ୍ଟେଡ ନିଶା ମାଫିଆ ଥିଲା। ୨୦୨୧ ଫେବୃୟାରୀରେ ୧୮୨୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଯାହାର ମୂଲ୍ୟ ୩ କୋଟିରୁ ଉର୍ଦ୍ଧ୍ବ ।

ସେହି ମାମଲାରେ ଲକ୍ଷ୍ମୀଧରକୁ ଖୋଜୁଥିଲା ମୁମ୍ବାଇ ପୋଲିସ। ଏହି ମାମଲାରେ ପୂର୍ବରୁ ୩ ଜଣ ଗିରଫ ହୋଇଥିଲେ। ମୁମ୍ବାଇ ପୋଲିସର ଆଣ୍ଟି ନାର୍କୋଟିକ ସେଲର ଏସପି ପ୍ରକାଶ ଯାଦବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଦକ୍ଷିଣ ଓଡ଼ିଶାରେ ନକ୍ସଲ ଅଧ୍ୟୁଷିତ ଜିଲ୍ଲାରେ ହେଉଥିବା ଗଞ୍ଜେଇ ଚାଷ ସହ ଲକ୍ଷ୍ମୀଧରର ସଂପୃକ୍ତି ରହିଛି।

ନକ୍ସଲ ମାନେ ଏହି ଗଞ୍ଜେଇକୁ ଲକ୍ଷ୍ମୀଧରକୁ କେଜି ପିଛା ୩ହଜାର ଟଙ୍କାରେ ବିକ୍ରି କରିଥାନ୍ତି। ଓଡ଼ିଶାରୁ ଲକ୍ଷ୍ମୀଧର ମହାରାଷ୍ଟ୍ର ସମେତ ୬ଟି ରାଜ୍ୟକୁ ଚୋରା ଚାଲାଣ କରିଥାଏ। ଗିରଫ ପରେ ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇଛି ମୁମ୍ବାଇ କ୍ରାଇମବ୍ରାଞ୍ଚ।

ad-week
Leave A Reply

Your email address will not be published.