ବୁଲା କୁକୁର କାମୁଡାରେ ଶିଶୁ ମୃତ୍ୟୁ ମାମଲା : ୧୦ଲକ୍ଷ କ୍ଷତିପୂରଣ ପାଇଁ ପୌରପାଳିକାଙ୍କୁ ନିର୍ଦ୍ଦେଶ

add-all

କଟକ: ବୁଲା କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା। ମୃତ ଶିଶୁଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁରୀ ମ୍ୟୁନିସପାଲିଟିକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ ।

୨୦୧୬ ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ କୁନି ପୁଅଟି ଖେଳୁଥିବା ବେଳେ ୪ଟି ବୁଲା କୁକୁର ତାକୁ ଝୁଣି ପକାଇଥିଲେ । ଶିଶୁଟିକୁ ଘୋଷାଡି ଘୋଷାଡି ଏକ ବୁଦା ମୂଳକୁ ନେଇ ଯାଇଥିଲେ । ତେବେ ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଏହା ପରେ ହାଇକୋର୍ଟରେ ଏନେଇ ମାମଲା ହୋଇଥିଲା। କୁକୁର ବନ୍ଧ୍ୟାକରଣ ପାଇଁ କଣ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ପୁରୀ ମ୍ୟୁନିସପାଲିଟି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। କୁକୁର କାମୁଡ଼ାରେ କାହାରି ମୃତ୍ୟୁ ହେଲେ କ୍ଷତିପୂରଣ ଦେବାକୁ ମ୍ୟୁନିସିପାଲଟି ଆକ୍ଟ୍ ରେ କିଛି ବ୍ୟବସ୍ଥା ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ହାଇକୋର୍ଟ ଏନେଇ ଅସନ୍ତୋଷ ବ୍ୟକ୍ତ କରି ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।

ମୃତ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପୌର ପରିଷଦକୁ ନିର୍ଦେଶ ଦେଇଛନ୍ତି । ବିଭୁତି ମହାନ୍ତି ନାମକ ବ୍ୟକ୍ତି ଆବେଦନ କରିଥିବା ବେଳେ ଆଇନ୍ଜୀବୀ ରାଜକିଶୋର ସ୍ୱାଇଁ ଏହି ମାମଲାର ପରିଚାଳନା କରୁଥିଲେ ।

ad-week
Leave A Reply

Your email address will not be published.