ବୋରୱେଲରେ ନବଜାତ ଶିଶୁ ପଡ଼ିବା ଘଟଣା: ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ…

add-all

ree

ସମ୍ବଲପୁର : ନବଜାତକୁ ବୋରୱେଲକୁ ଫିଙ୍ଗିଲା କିଏ ? ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲ ମଧ୍ୟରୁ ନବଜାତ ଶିଶୁ ଉଦ୍ଧାର ଘଟଣାରେ ତନାଘନା। କିଏ ଫିଙ୍ଗିଲା ତାକୁ ନେଇ ଜୋରଦାର ତଦନ୍ତ ଚାଲିଛି। ଧରାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି। ଏକ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରିବ। ଗତକାଲି ୧୪ ଫୁଟ ଗଭୀର ଗାତରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା ଓଡ୍ରାଫ୍ ଟିମ୍। ଦୀର୍ଘ ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ତାକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପାଇଁ ପ୍ରଶାସନ ଲାଗଇଦେଲା ପୂରା ଦମ୍। ଲୁହା ପାଇପକୁ ଆରିରେ କାଟି ଶିଶୁକୁ ଯତ୍ନର ସହ ଉଠାଇ ଆଣିଲେ।

ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ଶିଶୁକୁ ତୁରନ୍ତ ଚିକିତ୍ସା ପାଇଁ ବୁର୍ଲା SNCUରେ ଭର୍ତ୍ତି କରାଯାଇଛି । ୧୦ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି। ଗତକାଲି ବୋରୱେଲ ଭିତରୁ ଶିଶୁର କାନ୍ଦ ଶୁଣି କିଛି ଲୋକ ପୋଲିସକୁ ଖବର ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ। ଘଟଣାସ୍ଥଳରେ ପହଞ୍ଚିଥିଲା ୩ଟି ଜେସିବି। ପୋଲିସ, ଓଡ଼୍ରାଫ୍ ଓ ଅଗ୍ନିଶମ ଟିମ୍ ବି ପହଞ୍ଚିଥିଲେ। ପରେ ପରେ ଅକ୍ସିଜେନ ଓ ଆମ୍ବୁଲାନସ ସହ ଡାକ୍ତର ଆସିଥିଲେ। ପ୍ରଥମେ ପାଇପରେ ବୋରୱେଲ ଭିତରକୁ ଅକ୍ସିଜେନ୍ ଦିଆଯାଇଥିଲା।

ରେସକ୍ୟୁ ଅପରେସନ୍ ବେଳେ ଶୀତ ଲାଗୁଥିବାରୁ ବୋରୱେଲ ଭିତରକୁ ପ୍ରଥମେ ଶହେ ୱାଟର ବଲ୍ ପଠା ଯାଇଥିଲା । ସାମାନ୍ୟ ଉଷୁମ ଲାଗିଲା ପରେ ବୋରୱେଲ ଭିତରେ ଛୁଆ କାନ୍ଦ ଶୁଭିଥିଲା । ଏହାପରେ ଉଦ୍ଧାର ପାଇଁ ଶହେ ଗୁଣ ଉତ୍ସାହରେ ଲାଗି ପଡ଼ିଥିଲେ ଉଦ୍ଧାରକାରୀ ଟିମ୍। ବୋରୱେଲ ପାଇପ କଟାଯାଇ ଛୁଆକୁ ଉଦ୍ଧାର କରାଯାଇଥିଲା । ପ୍ରାୟ ୧୫ ବର୍ଷ ହେଲା ସେହି ବୋରୱେଲଟି ଖୋଳା ଯାଇଥିଲା। ପାଣି ନଆସିବାରୁ ଅଧାରୁ କାମ ବନ୍ଦ କରି ଦିଆଯାଇଥିଲା। ସେବେଠୁ ସେମିତି ତାହା ମୁକୁଳା ପଡ଼ିଥିଲା।

ad-week
Leave A Reply

Your email address will not be published.