ଆନ୍ତର୍ଜାତିକ ସମର୍ଥନ ମିଳୁ କି, ନ ମିଳୁ ଗାଜା ଯୁଦ୍ଧ ଚାଲିବ: ଇସ୍ରାଏଲ୍‌ର ବୈଦେଶିକ ମନ୍ତ୍ରୀ

add-all

eli

ଜେରୁଜେଲମ୍‌: ଆନ୍ତର୍ଜାତିକ ସମର୍ଥନ ମିଳୁ କି, ନ ମିଳୁ ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ବଳବତ୍ତର ରହିବ ବୋଲି ବୁଧବାର ଦିନ ଇସ୍ରାଏଲ୍‌ର ବୈଦେଶିକ ମନ୍ତ୍ରୀ ଏଲି କୋହେନ୍‌ କହିଛନ୍ତି।
ଇସ୍ରାଏଲ୍‌ର ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଇସ୍ରାଏଲ୍‌ ପରିଦର୍ଶନ ଲାଗି ଆସିଥିବା ଜଣେ କୂଟନୀତିଜ୍ଞଙ୍କୁ କୋହେନ୍‌ ଏକଥା କହିଛନ୍ତି।
ସ‌େ କହିଛନ୍ତି: ଆନ୍ତର୍ଜାତିକ ସମର୍ଥନ ମିଳୁ ବା ନ ମିଳୁ ଇସ୍ରାଏଲ୍‌ ହମାସ୍‌ ସହିତ ଯୁଦ୍ଧ ବଜାୟ ରଖିବ। ସାମ୍ପ୍ରତିକ ପରିସ୍ଥିତିରେ ଅସ୍ତ୍ରବିରତି ଘୋଷଣା କରିବା ହେବ ଆତଙ୍କବାଦୀ ସଂଗଠନ ହମାସ୍‌ ଲାଗି ଉପହାର ସଦୃଶ। ଏହି ଅସ୍ତ୍ରବିରତି ବଳରେ ସେମାନେ ପୁନର୍ବାର ଆସି ଇସ୍ରାଏଲ୍‌ବାସୀଙ୍କୁ ଧମକ ଦେବେ।
ଅସ୍ତ୍ରବିରତି ଲାଗି ଆନ୍ତର୍ଜାତିକ ଚାପ ବୃଦ୍ଧି ପାଇବା ସତ୍ତ୍ବେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ମଧ୍ୟ କହିଛନ୍ତି ଯେ, ଗାଜାରେ ସେନା ଆକ୍ରମଣ ଚାଲୁ ରହିବ।
ସେ କହିଛନ୍ତି, ଶେଷ ପର୍ଯ୍ୟନ୍ତ ଆମେ ଯୁଦ୍ଧ ଜାରି ରଖିବୁ। ଏଥିରେ ଆଦୌ ସନ୍ଦେହ ନାହିଁ। ଅତି କ‌ଷ୍ଟ ଏବଂ ଆନ୍ତର୍ଜାତିକ ଚାପରେ ଥାଇ ସୁଦ୍ଧା ମୁଁ ଏକଥା କହୁଛି। କେହି ଆମକୁ ବାଧା ଦେଇ ପାରିବେ ନାହିଁ। ଯୁଦ୍ଧର ଶେଷପରିଣତି, ବିଜୟ ପର୍ଯ୍ୟନ୍ତ ଆମେ ଯୁଦ୍ଧ କରିବୁ, ପଛଘୁଞ୍ଚା ଦେବୁନାହିଁ।
ଉଲ୍ଲେଖଯୋଗ୍ୟ, ଗାଜାରେ ତୁରନ୍ତ ମାନବୀୟ ଅସ୍ତ୍ରବିରତି ଘୋଷଣା କରାଯିବା ଦାବି ନେଇ ମଙ୍ଗଳବାର ଦିନ ଜାତିସଂଘ ମହାସଭାରେ ଆଗତ ପ୍ରସ୍ତାବନା ବିପୁଳ ଭୋଟ୍‌ରେ ଗୃହୀତ ହେବା ପରେ ଇସ୍ରାଏଲ୍‌ ଏଭଳି ମନ୍ତବ୍ୟ ଦେଇଛି।

ad-week
Leave A Reply

Your email address will not be published.