ଅଣ୍ଡା ଦାନ ପୂର୍ବରୁ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା…

add-all

Turtle-12_5e7ef9ec1f743

ଭୁବନେଶ୍ୱର: ଅଣ୍ଡା ଦାନ ପୂର୍ବରୁ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା ଏବେ ବନବିଭାଗକୁ ଘାରିଛି | ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ଯେ ୩୧ ନଭେମ୍ବରରୁ ମେ ୧ ପର୍ଯ୍ୟନ୍ତ ମାଛ ମାରିବା ଉପରେ କଟକଣା ଲାଗିଛି | ଅଣ୍ଡାଦାନ ସମୟରେ ଡିଆରଡିଓ କଲାମ ଦ୍ବୀପରୁ କ୍ଷେପଣାସ୍ତ୍ର ଉତକ୍ଷେପଣ ବନ୍ଦ ରହିବ | କଇଁଛ ସୁରକ୍ଷା ପାଇଁ ଅଣ୍ଡା ଦାନ ସ୍ଥଳରେ ୬୬ଟି କ୍ୟାମ୍ପ କରାଯିବ | ୧୦ଟି ସ୍ପିଡ଼ ବୋଟ ଓ ଟ୍ରଲରକୁ ନିୟୋଜିତ କରାଯିବ | ପାଟ୍ରୋଲିଂ ପାଇଁ ଟ୍ରଲର ଦେବାକୁ ପାରାଦ୍ୱୀପ, ଧାମରା ଓ ଗୋପାଳପୁର ପୋର୍ଟର ମଧ୍ୟ ସାହାଯ୍ୟ ନିଆଯିବ |
କଇଁଛଙ୍କ ସୁରକ୍ଷା ରେ ବିପଦ ସୃଷ୍ଟି କଲେ କଡା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ | ଉଲ୍ଲେଖ ଥାଉ କି ଓଡ଼ିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୁଲ୍ୟା ବନ୍ୟପ୍ରାଣୀ ନଦୀତଟକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥାନ୍ତି। ଚଳିତ ବର୍ଷ ୨୦୨୩ ମାର୍ଚ୍ଚ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଗହୀରମଥା ଉପକୂଳରେ ଅଣ୍ଡା ଦେବା ପାଇଁ ୫.୧୨ ଲକ୍ଷରୁ ଅଧିକ କଇଁଛ ଓ ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଋଷିକୁଲ୍ୟାଠାରେ ପ୍ରାୟ ୬.୩୭ ଲକ୍ଷ କଇଁଛ ଆସିଥିଲେ। ଏହିପରି ଉଭୟ ଗହୀରମଥା ଓ ଋଷିକୁଲ୍ୟାରେ ପ୍ରାୟ ୧୧ ଲକ୍ଷ ୪୯ ହଜାର ଅଲିଭ୍‌ ରିଡଲେ କଇଁଛଙ୍କର ସମୂହ ଅଣ୍ଡାଦାନ ହୋଇଥିଲା।

ad-week
Leave A Reply

Your email address will not be published.