କୋର୍ଟ ପରିସରରେ ହତ୍ୟା ଅଭିଯୁକ୍ତକୁ ଗୁଳି କରି ହତ୍ୟା

add-all

Bihar_1702641162

କୋର୍ଟ ପରିସରରେ ଚାଲିଛି ଗୁଳି। ବିହାରର ରାଜଧାନୀ ପାଟନାରେ ଥିବେ ଗୋଟିଏ କୋର୍ଟ ପରିସରରେ ଦୁଇ ଜଣ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ଏହି ଗୁଳିମାଡ଼ରେ ଜଣେ ବିଚାରଧୀନ କଏଦ ପ୍ରାଣ ହରାଇଛନ୍ତି। ପୁଲିସ୍‌ ସମ୍ମୁଖରେ ଗୁଳି ମାଡ଼ ହୋଇଥିଲେ ହେଁ କେହି ବି ଏହାକୁ ଅଟକାଇ ପାରି ନାହାନ୍ତି। ତେବେ ଗୁଳି ମାଡ଼ କରିଥିବା ୨ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇଛି।

ଗୁଳିମାଡ଼ରେ ପ୍ରାଣ ହରାଇଥିବା ବିଚାରଧୀନ କଏଦ ଜଣଙ୍କ ହେଉଛନ୍ତି ଅଭିଷେକ କୁମାର ଓରଫ ଛୋଟେ ସରକାର। ତାଙ୍କ ଘର ସିକନ୍ଦରପୁରରେ। ତାଙ୍କ ନାଁରେ ହତ୍ୟା ସହ ଅନେକ ମାମଲା ରହିଥିଲା। ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ ବେଉର ଜେଲରେ ରଖିଥିଲା। ଆଜି ଗୋଟିଏ ହତ୍ୟା ମାମଲାରେ ତାଙ୍କୁ ପୁଲିସ୍‌ କୋର୍ଟରେ ହାଜର କରାଇଥିଲା।

ପୁଲିସ୍‌ କଡ଼ା ସୁରକ୍ଷାବଳୟ ମଧ୍ୟରେ ଆଜି ଅପରାହ୍ନରେ ଅଭିଷେକଙ୍କୁ ଦାନାପୁର କୋର୍ଟକୁ ଆଣିଥିଲା। ସେ କୋର୍ଟ ପରିସରରେ ଥିବା ବେଳେ ହଠାତ୍‌ ଦୁଇ ଜଣ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ଅଭିଷେକଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ।

ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ତୁରନ୍ତ ଗୁଳି ମାଡ଼ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିନେଇଥିଲା। ଏବେ ସେମାନଙ୍କୁ ଥାନାକୁ ଅଣା ଯାଇ ପଚରାଉଚରା କରାଯାଉଛି। ସେମାନଙ୍କୁ କିଏ ପଠାଇଥିଲା ଓ ଗୁଳିମାଡ଼ ପଛରେ କାରଣ କ’ଣ ସେକଥା ଜାଣିବା ପାଇଁ ପୁଲିସ୍‌ ଉଦ୍ୟମ କରୁଥିବା ପାଟନା ଏସ୍‌ପି ରାଜେଶ କୁମାର ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ଅନୁସାରେ ଦୁଇ ଅଭିଯୁକ୍ତ ମୋଟ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ସେମାନଙ୍କୁ ଉପସ୍ଥିତ ଥିବା ପୁଲିସ୍‌ କର୍ମଚାରୀମାନେ ତୁରନ୍ତ କାବୁ କରିବାକୁ ସକ୍ଷମ ହୋଇଥିଲେ। ସେମାନଙ୍କ ଘର ମୁଜାଫରପୁରରେ। ସେମାନେ ସୁପାରି କିଲର କି ନୁହେଁ, ସେକଥା ପୁଲିସ୍‌ ସ୍ପଷ୍ଟ କରିନାହିଁ।

ad-week
Leave A Reply

Your email address will not be published.