କିଡନୀ ଦେବା ନାମରେ ୯.୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ…

kiddney-2

କଟକ: କିଡନୀ ଦେବା ନାମରେ ଟଙ୍କା ଠକିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଲେ ସ୍ଥାନୀୟ ବାସିନ୍ଦା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ରାଣୀହାଟ ଅଞ୍ଚଳରେ। କେନ୍ଦୁଝର ଅଞ୍ଚଳର ଜଣେ ରୋଗୀଙ୍କ ଠାରୁ ୯, ୫୦,୦୦୦ ଟଙ୍କା ଠକିଥିବା ଅଭିଯୋଗରେ ମାର୍କଣ୍ଡ ନାଥ ନାମକ ବ୍ୟକ୍ତିଙ୍କୁ ଅଟକ ରଖିଲେ।

ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର କୁଟୁଲ ମାଝୀଙ୍କ ଦୁଇଟି କିଡନୀ ଖରାପ ହେବା ପରେ ମାର୍କଣ୍ଡ ତାଙ୍କ ପତ୍ନୀଙ୍କ କିଡନୀ ଦେବା ପାଇଁ କହିଥିଲେ। ଏହା ପରେ କୁଟୁଲ୍ ଙ୍କ ଠାରୁ ମାର୍କଣ୍ଡ ୯ ଲକ୍ଷ ୫୦ ହଜାର ଟଙ୍କା ଏଗରିମେଣ୍ଟରେ ଓ ଅତିରିକ୍ତ ୩ ଲକ୍ଷ ଟଙ୍କା ନେଇଥିଲେ। ଏହି ଅତିରିକ୍ତ ଟଙ୍କାରେ ପାଖାପାଖି ମାର୍କଣ୍ଡ ଓ ତାଙ୍କର ପତ୍ନୀଙ୍କ ଏକ ବର୍ଷ ଧରି ନିଜର ଭରଣ ପୋଷଣ କରୁଥିଲେ। ହେଲେ ଏହାପରେ ଧରା ଛୁଆଁ ଦେଇନଥିଲେ। ଆଜି କୁଟୁଲ ଓ ତାଙ୍କର ପତ୍ନୀ ସ୍ଥାନୀୟ ଯୁବକଙ୍କ ସହାୟତାରେ ମାର୍କଣ୍ଡ ଓ ତାଙ୍କର ପତ୍ନୀଙ୍କୁ ଅଟକ ରଖିଥିଲେ। ଏହା ପରେ ଅଧିକ ତଦନ୍ତ ମଙ୍ଗଳାବାଗ ଥାନା ପୋଲିସ ଅଭିଯୁକ୍ତ ମାର୍କଣ୍ଡକୁ ଥାନାକୁ ନେଇଛି। ମାର୍କଣ୍ଡ ୫ ଲକ୍ଷ ନେଇଥିବା ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛନ୍ତି।

ad-week
Leave A Reply

Your email address will not be published.