କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର…

IMAGE_1703069412

ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ତାଙ୍କ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‍ବୁଧବାର ଏହି ଘୋଷଣା କରାଯାଇଛି।

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ୨୦୨୩ ବର୍ଷ ପାଇଁ ୨୪ଟି ଭାରତୀୟ ଭାଷା ପାଇଁ ଏହି ପରୁସ୍କାର ଘୋଷଣା କରାଯାଇଛି। ଓଡ଼ିଆ ଭାଷାରେ କବି ଆଶୁତୋଷ ପରିଡ଼ା ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

୧୯୪୬ରେ କେନ୍ଦ୍ରାପଡ଼ାରେ ଜନ୍ମ ହୋଇଥିଲେ ଆଶୁତୋଷ ପରିଡ଼ା। ସେ ରାଉରକେଲା ଆରଇସି (ବର୍ତ୍ତମାନର ନିଟ୍‌)ରୁ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଖଡ଼ଗପୁର ଆଇଆଇଟିରେ ସେ ପିଏଚ୍‌ଡି କରିଥିଲେ। ସେ ଭୁବନେଶ୍ୱର ଆଞ୍ଚଳିକ ଗବେଷଣା କେନ୍ଦ୍ର (ବର୍ତ୍ତମାନର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ ଆଣ୍ଡ ମ୍ୟାଟେରିଆଲ୍‌ସ ଟେକ୍ନୋଲୋଜି ବା ଆଇଏମ୍‌ଏମ୍‌ଟି)ରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିଲେ। ୧୯୯୦ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତା’ ସହିତ ଆହୁରି ଅନେକ ପୁରସ୍କାର ସେ ପାଇଛନ୍ତି।

ad-week
Leave A Reply

Your email address will not be published.