ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

add-all

Untitled-1-750x430

ଭୁବନେଶ୍ଵର: ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା । ବର୍ତ୍ତମାନ ସୁଦ୍ଧା ୨ଟି ବହୁତଳ ପ୍ରାସାଦ, ୫ଟି ପ୍ଲଟ୍, ୧ କୋଟି ୨୧ ଲକ୍ଷ ଟଙ୍କାର ଡିପୋଜିଟ, ୫୩୬ ଗ୍ରାମ୍ ସୁନା, ୧ ଲକ୍ଷ ୨୧ ହଜାର ନଗଦ ଟଙ୍କା, ଗୋଟିଏ ଚାରି ଚକିଆ ଗାଡ଼ି ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ ହୋଇଛି ।

ଭୁବନେଶ୍ୱର ଓ ଗଞ୍ଜାମର ୮ ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଉଛି। ଭୁବନେଶ୍ୱର ପାଣ୍ଡରାସ୍ଥିତ ପ୍ଲଟ୍ ନମ୍ବର ୧୪ ଶହ ୮୫, ତିନି ମହଲା ଘର, ବ୍ରହ୍ମପୁର ନୀଳାଚଳ ହାଇଟ୍ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁରସ୍ଥିତ ବିଲ୍ଡିଂ, ଲକ୍ଷ୍ମୀସାଗର ନୀଳାଚଳ ସିଟି କେନାଲ ରୋଡରେ ଥିବା ଆପାର୍ଟମେଣ୍ଟ, ଅଫିସ, ବ୍ରହ୍ମପୁର ବୈଦନାଥପୁରସ୍ଥିତ ପୈତୃକ ଘର, ଭୁବନେଶ୍ୱର ୟୁନିଟ ୩ ସ୍ଥିତ ବାସଭବନରେ ଚାଲିଛି ରେଡ୍ । ରେଡ୍ ବେଳେ ବ୍ୟାଙ୍କ ଟ୍ରାଞ୍ଜାକ୍ସନ, ଫରେନ ମନି, ଅନଲାଇନ ଇଂଭେଷ୍ଟମେଣ୍ଟ ନେଇ ତଦନ୍ତ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.