ଲୋକାର୍ପିତ ହୋଇଛି ବାଲୁକାଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା ପାର୍କ…

add-all

Screenshot-2023-12-22-105621-750x430

ପୁରୀ: ଚାଲିଛି ପର୍ଯ୍ୟଟନ ଋତୁ । ପୁରୀ ବେଳାଭୂମିରେ ଲାଗି ରହୁଛି ପର୍ଯ୍ୟଟକଙ୍କ ଭିଡ଼ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ନିଆରା ପ୍ରୟାସ । ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଖ୍ରୀଷ୍ଟମାସ ଉପଲକ୍ଷେ ପୁରୀ ଲାଇଟ୍ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ଏହି ବାଲୁକାକଳା ମାନ ପ୍ରସ୍ତୁତ କରାଯାଇଛି | ଏହି ସ୍ୟାଣ୍ଡ ଆର୍ଟ ପାର୍କଟି ଆଜି ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି।

ଭାରତ ର ଏହା ଏକମାତ୍ର ବାଲୁକାକଳା ପାର୍କ ଯେଉଁଥିରେ ସମସ୍ତ ପର୍ଯ୍ୟଟକ ନିଃଶୁଳ୍କ ଭାବେ ବର୍ଷବର୍ଷ ଧରି ଅତି ନିଖୁଣ ବାଲୁକାକଳା ମାନ ଦେଖିପାରିବେ | ପ୍ରତ୍ୟେକ ବର୍ଷ ଏହି ସାଣ୍ଡ ଆର୍ଟ ପାର୍କରେ ବିଭିନ୍ନ ବାଲୁକା କଳାକୁ ସ୍ଥାନିତ କରି ମାନସ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସନ୍ଦେଶ ଦେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଅନେକ ଥିମ୍ କୁ ନେଇ ବାଲୁକାକଳାମାନ ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ମାନସ । ପ୍ରଥମ ବାଲୁକାକଳାରେ ସୁଦୂର ସହରରୁ ଛୋଟ ପିଲା ଦୁଇଟି ଟାଇମ ମେସିନ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିରର ପ୍ରକଳ୍ପକୁ ଦେଖିବାପାଇଁ ୨୦୭୪ ମସିହାରେ ପୁରୀ ବୁଲି ଆସିଛନ୍ତି । ୫୦ବର୍ଷ ପରେ ପୁରୀର ଦୃଶ୍ୟ କେତେ ମନୋହର ହୋଇପାରିଛି ତାହା ଦେଖି ଅତ୍ୟନ୍ତ ଖୁସି ହୋଇଛନ୍ତି ।

ଦ୍ୱିତୀୟ ବାଲୁକା କଳାରେ ସେ ପରିବେଶ ସୁରକ୍ଷା ଭିତ୍ତିକ ବାଲୁକାକଳା ନିର୍ମାଣ କରି SAVE WATERର ବାର୍ତ୍ତା ଦେଇ ଏକ ସୁନ୍ଦର ଜଳ ରାଣୀଙ୍କ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି | ଜଳ ବିନା ବଞ୍ଚିବା ଅତ୍ୟନ୍ତ କଠିନ,ଜଳ ହିଁ ଜୀବନ। ଜଳକୁ ନଷ୍ଟ ନକରି ଜଳକୁ ବଞ୍ଚାନ୍ତୁ ଏବଂ ଭବିଷ୍ୟତକୁ ସୁଦୃଢ କରନ୍ତୁର ବାର୍ତ୍ତା ଦେଇଛନ୍ତି ମାନସ।

ad-week
Leave A Reply

Your email address will not be published.