ASO ଚୟନ: ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

add-all

Screenshot-2023-12-22-115726-750x430

କଟକ: ASO ଚୟନ ମେରିଟ ଲିଷ୍ଟ କାଏମ୍‌ ରଖିଛନ୍ତି ହାଇକୋର୍ଟ । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିବା ସହ ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ତେବେ ଯେଉଁଠୁ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ହିଁ ଚାଲୁ ରଖିବାକୁ OPSCକୁ ନିର୍ଦ୍ଦେଶ ଦିଆଯାଇଛି। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରିଛନ୍ତି ୨ ଜଣିଆ ଖଣ୍ଡପୀଠ।

ସୂଚନାଯୋଗ୍ୟ ଯେ, ଗତ ୨୦୨୨ ମସିହାରେ ୭୯୬ଟି ASOପଦବୀ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଥିରେ ଲିଖିତ ପରୀକ୍ଷା ଦେଇଥିଲେ ମୋଟ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନାକାରୀ । ସେମନାଙ୍କ ମଧ୍ୟରୁ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। କ୍ଷମତା ବାହାରକୁ ଯାଇ ଓପିଏସସି ମାର୍କିଙ୍ଗ ପଦ୍ଧତିରେ ପରିବର୍ତ୍ତନ କରି ମେରିଟ ଲିଷ୍ଟ ପ୍ରକାଶ କରିଥିଲା ବୋଲି ଅଭିଯୋଗ ହୋଇଥିଲା। ଓପିଏସସିର ଚୟନ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ମେରିଟ ଲିଷ୍ଟରୁ ବାଦ୍ ପଡ଼ିଥିବା ଅନେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗକୁ ଆଧାର କରି ଗତ ମେ ମାସରେ OPSC ପ୍ରକାଶ କରିଥିବା ମେଧା ତାଲିକାକୁ ରବ୍ଦ କରିଥିଲେ ହାଇକୋର୍ଟ ।

ad-week
Leave A Reply

Your email address will not be published.