+2 ଫେଲ୍‌ ଥିଲା ଡାକ୍ତର ବୁଖାରି, କିନ୍ତୁ ୬ଟି ଭାଷାରେ ଥିଲା ପାରଙ୍ଗମ

add-all

terrorist-2

ଭୁବନେଶ୍ୱର : ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସୟିଦ ଇଶାନ ବୁଖାରିକୁ ନେଇ ଆସିଛି ନୂଆ ତଥ୍ୟ l STF ହାତରେ ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀର CDR। ତା ମୁହଁରୁ ଗୋଟି ଗୋଟି ସତ ଉଗାରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏକାଧିକ ଲୋକଙ୍କ ସହ ହ୍ଵାଟ୍ସଆପ ସହ ଫୋନରେ କଥା ହେଉଥିଲା ବୁଖାରି । ଡିଲିଟ୍‌ ହୋଇଥିବା ଭଏସ୍‌ ମେସେଜ ରିକଭରି ହୋଇଛି । ୯ଟି ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ଟଙ୍କା କାରବାର । ବୁଖାରି +2 ଫେଲ୍‌ ହୋଇଥିଲେ ବି ୬ଟି ଭାଷାରେ ଥିଲାପାରଙ୍ଗମ । ବୁଖାରିକୁ ଖୁବଶୀଘ୍ର କାଶ୍ମୀର ପୋଲିସ କରିବ ଜେରା। ବୁଖାରୀ ନିକଟରୁ ଅନେକ ନକଲି ବିଦେଶୀ କାଗଜପତ୍ର ଜବତ କରାଯାଇଛି । କେବେ ନିଜକୁ ଡାକ୍ତର ତ’ କେବେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟଳୟର ଅଧିକାରୀ ବୋଲି ବୁଖାରୀ ନିଜର ପରିଚୟ ଦେଉଥିଲା।

ଏପରିକି ଚାଇନିଜ୍ ଡେଟିଂ ଆପର ଏଜେଣ୍ଟ ଥିଲା । ସାଇଟରେ ନିୟୋଜିତ କରିଥିଲା ୫୦ ଜଣ ମହିଳା। ମହିଳାମାନଙ୍କଠାରୁ ୨୫ ପ୍ରତିଶତ କମିସନ ଆକାରରେ ଟଙ୍କା ନେଉଥିଲା ବୁଖାରି । ୪ ଜଣ ପତ୍ନୀଙ୍କଠାରୁ ଟଙ୍କା ଆଣୁଥିଲା । ମହାରାଷ୍ଟ୍ରର ସୋଲାପୁରରେ ଥିବା ପତ୍ନୀ ଜଣେ ଅଧ୍ୟାପିକା। ବୁଖାରିର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଥିବା ବେଳେ ସେ ଇଂରାଜୀ, ହିନ୍ଦୀ, ଡଙ୍ଗରୀ, କାଶ୍ମିରୀ, ମରାଠୀ, ଉର୍ଦ୍ଦୁରେ ପାରଙ୍ଗମ ଥିଲା। ଓଡ଼ିଆ ଭାଷା ମଧ୍ୟ ବୁଝି ପରୁଥିଲା ବୁଖାରି। ଆଜି ସୟଦ ଇସାନ୍ ବୁଖାରି ରିମାଣ୍ଡର ଚତୁର୍ଥ ଦିନ । ଆସନ୍ତାକାଲି ପାଞ୍ଚ ଦିନିଆ ରିମାଣ୍ଡର ଶେଷ ଦିନ । ରବିବାର ଦିନ ଦଶଟା ସୁଦ୍ଧା ବୁଖାରିକୁ କୋର୍ଟରେ ହାଜର କରାଇବ ଏସଟିଏଫ୍ ।

ad-week
Leave A Reply

Your email address will not be published.