ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା

add-all

Police_1703243633

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବରଗୁଡିପଡ଼ାରେ ଜଣେ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରହ୍ଲାଦ ଦାସ।

ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ପ୍ରହ୍ଲାଦ ଘରେ ଥିବା ବେଳେ ନିକଟସ୍ଥ ନାରଦିଆ ଗ୍ରାମର ବାନା ଦାସ ତାଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲେ। ଏହାପରେ ବାନା ଦାସ ଦୌଡ଼ି ପଳାଉଥିବା ବେଳେ ଗାଁ ଲୋକେ ଲୋକେ ତାଙ୍କୁ କାବୁ କରି ପୁଲିସ ଜିମାରେ ଦେଇଥିଲେ।

ବାଲିକୁଦା ଥାନା ଆଇଆଇସି ସଲୀଳ କୁମାର ପ୍ରଧାନ ତାଙ୍କ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୁଲିସ ଜବତ କରିଛି।

ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ସୁଦ୍ଧା ଅଭିଯୁକ୍ତ ବାନା ଦାସ ମୃତ ପ୍ରହ୍ଲାଦଙ୍କ ବାଡ଼ିରେ ଘୁଷୁରୀ ଚରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଉ ସେହି ସମୟରେ ପ୍ରହ୍ଲାଦଙ୍କୁ ବାନା ଦାସ କଟୁରୀରେ ଆକ୍ରମଣ କରିଥିଲେ।

ad-week
Leave A Reply

Your email address will not be published.