ଗୋମାଂସକୁ ନେଇ କାମିୟାଙ୍କ ସ୍ପଷ୍ଟୀକରଣ ପରେ ରାଜ୍ୟ ସରକାରକୁ ଘେରିଲେ ସୂର୍ଯବଂଶୀ ସୂରଜ

add-all

kamiya-jani-1

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରକୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିୟା ଜାନୀଙ୍କ ପ୍ରବେଶକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ବିଜେଡି ନେତୃତ୍ବାଧୀନ ସରକାରଙ୍କ ମାନସିକତାକୁ କଳାପାହାଡ଼ ସହ ତୁଳନା କରିବା ସହ ମହାପ୍ରଭୁ ଜଗନ୍ନାଥ ଓ ମହାପ୍ରସାଦଙ୍କୁ ନେଇ ଶାସକ ଦଳ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି।

ସୁରଜ କହିଛନ୍ତି, ଏକ ଭିଡିଓରେ କାମିୟା ଜାନୀ ନିଜ ଟେବୁଲରେ ଗୋମାଂସ ରଖିଥିବା ଦେଖିବାକୁ ମିଳିଥିଲା। ସେ ଖାଉଥିଲେ କି ନାହିଁ ତାହା ଗୁରୁତ୍ବ ନୁହଁ ବରଂ ସେ ଗୋମାଂସକୁ ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳିଥିଲା। ସେହିପରି ଜଣେ ବ୍ୟକ୍ତିଙ୍କୁ କିପରି ପବିତ୍ର ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କୁ ପ୍ରବେଶ ଅନୁମତି ଦେବା ପୂର୍ବରୁ ପୃଷ୍ଠଭୂମି ଯାଞ୍ଚ କରାଯିବା ଉଚିତ ଥିଲା ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ କାର୍ଯ୍ୟ ପାଇଁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ ବୋଲି ସୁରଜ କହିଛନ୍ତି। ସେ ଧାର୍ମିକ ବିଶ୍ୱାସ ଓ ପରମ୍ପରାକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିବା ସହ ଏହି ମୂଲ୍ୟବୋଧପ୍ରତି ସରକାରଙ୍କ ଅବହେଳାକୁ ନିନ୍ଦା କରିଛନ୍ତି।

ତେବେ ସୂରଜଙ୍କ ବୟାନ ଏହି ସମୟରେ ଆସିଛି ଯେତେବେଳେ କାମିୟା ବିବାଦ ପରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ତାଙ୍କର କାର୍ଯ୍ୟକ୍ରମ ଖାଦ୍ୟ ଉପରେ ଆଧାରିତ ଥିଲା। ଯଦିଓ ତାଙ୍କ ପ୍ଲେଟରେ ଗୋମାଂସକୁ ନେଇ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଥିଲା କିନ୍ତୁ ସେ ଗୋମାଂସକୁ ଖାଆନ୍ତି ନାହିଁ।

ଉଲ୍ଲେଖଯୋଗ୍ୟ, ଏହି ପ୍ରସଙ୍ଗରେ ବିଜେପି ବି ଏବେ କାଠଗଡାରେ। ବିଜେଡି ସାଂସଦ ମାନସ ମଙ୍ଗରାଜ ଏକ ଟ୍ବିଟ୍ କରିଥିଲେ। ଯେଉଁଥିରେ ସେ କିଛି ପ୍ରମାଣ ଉପସ୍ଥାପନ କରି ବିଜେପି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଥିଲେ, ଯଦି କେନ୍ଦ୍ର ସରକାର ହିନ୍ଦୁ ପରମ୍ପରାର ପ୍ରଚାର ପାଇଁ କାମିୟାଙ୍କୁ ନିୟୋଜିତ କରିପାରିଲେ ଓଡ଼ିଶା ସରକାର କଲେ ଏହାକୁ ନେଇ ବିଜେପି କିଭଳି ପ୍ରଶ୍ନ ଉଠାଉଛି ବୋଲି ସେ ପଚାରିଛନ୍ତି।

ad-week
Leave A Reply

Your email address will not be published.