ହିନ୍ଦୀଭାଷୀ ରାଜ୍ୟ ବିବାଦ, ରାହୁଲଙ୍କୁ ପ୍ରମାଣ ମାଗିଲେ କବିତା…

add-all

IMAGE_1703489683

ହିନ୍ଦୀଭାଷୀ ରାଜ୍ୟକୁ ନେଇ ଡିଏମ୍‌କେ ସାଂସଦ ଦେଇଥିବା ବିବାଦୀୟ ମନ୍ତବ୍ୟ ନେଇ ବିବାଦ ତେଜିବାରେ ଲାଗିଛି। ତାଙ୍କ ବୟାନକୁ ନେଇ ଆରମ୍ଭ ହୋଇ ରାଜନୀତି। ଚାରିଆଡୁ ଡିଏମ୍‌କେ ସାଂସଦଙ୍କ ମନ୍ତବ୍ୟଙ୍କୁ ବିରୋଧ କରାଯାଉଛି। କେବଳ ସେତିକି ନୁହେଁ ସାଂସଦଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଚୁପ୍‌ ରହିଥିବା ବେଳେ ତାକୁ ମଧ୍ୟ କରାଯାଇଛି ଟାର୍ଗେଟ୍‌।

ନିକଟରେ ‘ହିନ୍ଦୀଭାଷୀମାନେ ଶୌଚାଳୟ ସଫା’ କରନ୍ତି ବୋଲି ‘ଡିଏମ୍‌କେ’ ସାଂସଦ ଦୟାନିଧି ମାରନ୍‌ ବିବାଦୀୟ ବୟାନ ଦେଇଥିଲେ। ଏବେ ଏହି ବିବୃତ୍ତିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ବିଆର୍‌ଏସ୍‌ ନେତ୍ରୀ କେ.କବିତା। ଏହା ଉପରେ ରାହୁଲ୍‌ ଗାନ୍ଧି କିଛି କୁହନ୍ତୁ ବୋଲି ସେ ଦାବି କରିଛନ୍ତି।

କବିତା କହିଛନ୍ତି, କଂଗ୍ରେସ ଓ ‘ଡିଏମ୍‌କେ’ ‘ଇଣ୍ଡିଆ’ ମେଣ୍ଟର ସଦସ୍ୟ ହୋଇଥିବାରୁ ‘ଡିଏମ୍‌କେ’ ନେତା ଉଦୟନିଧି ଷ୍ଟାଲିନ୍‌ ସନାତନ ଧର୍ମ ଉପରେ ଦେଇଥିବା ବିବାଦୀୟ ଟିପ୍ପଣୀ ବିଷୟରେ ବି ରାହୁଲ୍‌ କିଛି କୁହନ୍ତୁ। ଆପଣ ହିନ୍ଦୁ ଓ ହିନ୍ଦୀଭାଷୀ ରାଜ୍ୟଗୁଡ଼ିକୁ ବିରୋଧ କରୁ ନ ଥିବା କଥା ପ୍ରମାଣ କରନ୍ତୁ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଏହା କୌଣସି ଗୋଟାଏ ଦଳ ଦେଇଥିବା ପ୍ରସଙ୍ଗ ନୁହେଁ, କଥା ହେଉଛି ଏଭଳି ଟିପ୍ପଣୀ କିଭଳି ଆମ ଜାତିର ସୂତ୍ରକୁ ବିପର୍ଯ୍ୟସ୍ତ କରୁଛି। ଏ ଦଳ ପୁଣି ଗୋଟାଏ ମେଣ୍ଟର ସଦସ୍ୟ। ସେ ମେଣ୍ଟର ନେତୃତ୍ୱ ନେଉଛି ରାହୁଲ୍‌ ଗାନ୍ଧିଙ୍କ ନେତୃତ୍ୱାଧୀନ କଂଗ୍ରେସ ପାର୍ଟି।

ରାହୁଲ୍‌ ଗାନ୍ଧୀ ସବୁ ବେଳେ ‘ଭାରତ ଯୋଡ଼ୋ ଯାତ୍ରା’ ପ୍ରସଙ୍ଗରେ ଗୁଡ଼ାଏ ବିବୃତ୍ତି ଦେଉଛନ୍ତି। ଭାରତ ଯୋଡ଼ୋ ଯାତ୍ରା ଦ୍ୱାରା ସେ ଜାତିକୁ ଏକତ୍ର କରୁଛନ୍ତି। କିନ୍ତୁ, ‘ଭାରତ ଯୋ‌ଡ଼ୋ ଯାତ୍ରା’ କେବଳ ଏକ ପିଆର୍‌ ଷ୍ଟଣ୍ଟ ଥିଲା। ତା’ ନ ହୋଇଥିଲେ ସେ ହିନ୍ଦୁ ଭାବାବେଗକୁ ଆଘାତ କରୁଥିବା ସନାତନ ଧର୍ମ ବିରୋଧୀ ଟିପ୍ପଣୀ ବି‌ରୋଧରେ କିଛି କହି ଥାଆନ୍ତେ, ଚୁପ୍‌ ରହି ନଥାନ୍ତେ।

ad-week
Leave A Reply

Your email address will not be published.