ମା ବିରଜା ଓ ବରାହଙ୍କୁ ନିମନ୍ତ୍ରଣ…

add-all

3

ଯାଜପୁର: ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବାକୁ ଥିବା ବେଳେ ଦେଶର ବିଭିନ୍ନ ମନ୍ଦିର ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି । ଆଜି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ପରିସରରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପାଇଁ ଯାଜପୁରର କ୍ଷେତ୍ରେଶ୍ୱରୀ ମା ବିରଜା,  ଛତିଆ ମହାପ୍ରଭୁ ମନ୍ଦିରର ମୁଖ୍ୟ ପୂଜକ ଏବଂ ବରାହ ପୀଠର ମୁଖ୍ୟ ପୂଜକଙ୍କୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ପୁରୀ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ପାରମ୍ପରିକ ନୃତ୍ୟ, ସଂକୀର୍ତନ, ଓଡିଶୀ  ନୃତ୍ୟ,ବାଜା ଓ ବାଣରେ ନିମନ୍ତ୍ରଣ ପତ୍ର ନେଇ ଆସିଥିବା ପ୍ରଶାସନ ମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଅବସରରେ ପୁରୀ ସହକାରୀ ଜିଲ୍ଲାପାଳ ବିବେକାନନ୍ଦ ସାହୁ ଙ୍କ ସହ ସେବାୟତ ଶିବାନି ପ୍ରସାଦ ଦାସ ମହାପାତ୍ର ,ରାମାନନ୍ଦ ଦାସ ମହାପାତ୍ର ,ଜିତେନ୍ଦ୍ର ଦାସ ମହାପାତ୍ର ପହଞ୍ଚି ଥିଲେ। ପରେ  ଯାଜପୁର ବିରଜା ମନ୍ଦିର ସେବାୟତ ସମିତି ସଭାପତି ଦେବୀ ପ୍ରସାଦ ପାଣି ସେବାୟତଙ୍କ ସହ ସମସ୍ତ ପୂଜକ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର ସାମଲ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ପରେ ବରାହ ମନ୍ଦିର ରେ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରଯାଇଥିଲା ।

ad-week
Leave A Reply

Your email address will not be published.