ନୂଆବର୍ଷରେ ନନ୍ଦନକାନନକୁ ଆସିବେ ଚିତା ଓ ଧଳା ସିଂହ ଶାବକ

Tiger_1703682597

ଭୁବନେଶ୍ବର: ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି। ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ। ଦୁବାଇ ଚିଡ଼ିଆଖାନା ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ମାସରେ ଏମାନଙ୍କୁ ଅଣାଯିବ। ସେହିପରି ଆଲିପୁର ଜୁ ସହ ଏକ୍ସଚେଞ୍ଜ କାର୍ଯ୍ୟ କ୍ରମ ଅଧୀନରେ ଆଉ ଏକ ଜିରାଫ ମଧ୍ୟ ନନ୍ଦନକାନନକୁ ଆସିବ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ସେହିପରି ନନ୍ଦନକାନନ ଚିଡ଼ିଆଖାନା ବିଶ୍ୱସ୍ତରୀୟ ହେବ। କାରଣ ନନ୍ଦନକାନନ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ମାଷ୍ଟର ପ୍ଲାନକୁ ଅନୁମୋଦନ କରିଛି ସେଣ୍ଟ୍ରାଲ ଜୁ ଅଥରିଟି। ଜନ୍ତୁ ଖୁଆଡ଼ଗୁଡ଼ିକୁ ଅତ୍ୟାଧୁନିକ କରାଯିବ। ସଫାରି ଗୁଡ଼ିକୁ ଚୂଡ଼ଙ୍ଗଗଡ଼ ପାର୍ଶ୍ୱରେ ବଡ଼ ଆକାରରେ ତିଆରି କରାଯିବ।

ad-week
Leave A Reply

Your email address will not be published.