ସନାତନ ଧର୍ମକୁ ଅପମାନିତ କରିଥିବାରୁ ରଣବୀର କପୁରଙ୍କ ନାଁ‌’ରେ ଥାନାରେ ଅଭିଯୋଗ…

rbk

ମୁମ୍ବାଇ: ସନାତନ ଧର୍ମ ଓ ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କାରଣରୁ ବଲିଉଡ୍‌ ଅଭିନେତା ରଣବୀର କପୁର ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ନାଁରେ ମୁମ୍ବାଇର ଘାଟକୋପର୍‌ ଥାନାରେ ଦୁଇଜଣ ଓକିଲ ଅଭିଯୋଗ ଫାଇଲ୍‌ କରିଛନ୍ତି।
ସେମାନଙ୍କ ଅଭିଯୋଗ ‘ବଡ଼ଦିନ ପାଳନ’ ବେଳେ ଉତ୍ତୋଳନ କରାଯାଇଥିବା ଏବଂ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଭିଡିଓ ଉପରେ ଆଧାରିତ। ଉକ୍ତ ଭିଡିଓରେ ରଣବୀର କପୁର କେକ୍‌ ଉପରେ ଲାଗିଥିବା ମହମବତି ପ୍ରଜ୍ଜ୍ବଳନ କରିବାକୁ ଯାଇ ‘ଜୟ ମାତା ଦୀ ’କହୁଥିବା ବ‌େଳେ ଜହାନ୍‌ କପୁର ତା’ ଉପରେ ମଦ ଢାଳୁଥିବା ଦେଖାଯାଉଛି। ଶଶି କପୁରଙ୍କ ପୁଅ ତଥା ରଣବୀରଙ୍କ ଦାଦା କୁନାଳ କପୁରଙ୍କ ଘରେ ବଡ଼ଦିନ ପାଳନ ହେଉଥିବା ବେଳେ ଏହି ଭିଡିଓ ଉତ୍ତୋଳନ କରାଯାଇଛି। କୁନାଳ କପୁର ବଡ଼ଦିନ କେକ୍‌ ସମ୍ମୁଖରେ ବସିଥିବା ସେଥିରେ ଦେଖାଯାଉଛି।
ଅଭିଯୋଗକାରୀ ଓକିଲ ଆଶିଷ ରାୟ ଓ ପଙ୍କଜ ମିଶ୍ରା କହିଛନ୍ତି, ହିନ୍ଦୁ ଧର୍ମ ଅନୁସାରେ, ଅନ୍ୟ ଦେବାଦେବୀଙ୍କ ସମ୍ମୁଖରେ ଅଗ୍ନିଦେବଙ୍କୁ ଆବାହନ କରାଯାଏ। କିନ୍ତୁ, କପୁର ଓ ତାଙ୍କ ପରିବାରର ସଦସ୍ୟମାନେ ଜାଣିଶୁଣି ହିନ୍ଦୁଧର୍ମରେ ନିଷିଦ୍ଧ ଥିବା ନିଶା ସାମଗ୍ରୀ ବ୍ୟବହାର କରିବା ସହିତ ଅନ୍ୟ ଧର୍ମ ପାଳନ କରୁଥିବା ବ‌େଳେ ‘ଜୟ ମାତା ଦୀ’ ଉଚ୍ଚାରଣ କରିଛନ୍ତି। ଏହା ଧାର୍ମିକ ଭାବାବେଗକୁ ଆଘାତ ଦେଉଛି।

ad-week
Leave A Reply

Your email address will not be published.