ଅଯୋଧ୍ୟାର ୮୪ କୋଶ ପରିକ୍ରମା ମାର୍ଗରେ ମଦ ବିକ୍ରି ହେବ ନାହିଁ, ୨୫୦ କିମି ଭିତରେ ରହିବନି ମଦ ଦୋକାନ…

add-all

download

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହେବାକୁ ସ୍ଥିର ହୋଇଛି। ଏହି ଦିନ ପାଇଁ ସମଗ୍ର ଅଯୋଧ୍ୟାରେ କାର୍ଯ୍ୟ ଚାଲିଛି। ଏହି କାରଣରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଘୋଷଣା କରିଛନ୍ତି ଯେ ଅଯୋଧ୍ୟାର ୮୪ କୋଶ ପରିକ୍ରମା ମାର୍ଗର କୌଣସି ସ୍ଥାନରେ ବି ମଦ ବିକ୍ରି ହେବ ନାହିଁ। ଏହି ମାର୍ଗର ଦୀର୍ଘତା ପ୍ରାୟ ୨୫୦ କିଲୋମିଟର ହେବ।
ବର୍ତ୍ତମାନ, ଏହି ମାର୍ଗରେ ଉପସ୍ଥିତ ଥିବା ମଦ ଦୋକାନଗୁଡିକ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ। ଉତ୍ତରପ୍ରଦେଶର ଅବକାରୀ ମନ୍ତ୍ରୀ ନିତିନ ଅଗ୍ରୱାଲ କହିଛନ୍ତି ଯେ ଅଯୋଧ୍ୟା ଧାମରେ ​​ମଦ ଉପରେ ନିଷେଧାଦେଶ ଲାଗୁ ହୋଇଛି ଏବଂ ମନ୍ଦିରର ପାରିପାର୍ଶ୍ବିକ ଅଞ୍ଚଳରେ ମଦ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି ହୋଇଛି।
ନିତିନ ଅଗ୍ରୱାଲଙ୍କ ଅନୁଯାୟୀ, ଅଯୋଧ୍ୟାରେ ୮୪ କୋଶ ପରିକ୍ରମା ମାର୍ଗର କୌଣସି ସ୍ଥାନରେ ମଦ ବିକ୍ରି ହେବ ନାହିଁ। ପ୍ରାୟ ୨୫୦ କିଲୋମିଟର ପରିମିତ ଅଞ୍ଚଳରେ ମଦ ଦୋକାନ ରହିବ ନାହିଁ। ମନ୍ତ୍ରୀଙ୍କ କହିବା କଥା ହେଉଛି ଏବେ ସୁଦ୍ଧା ଅନେକ ଦୋକାନକୁ ହଟାଇ ଦିଆଯାଇଛି। ଆଗକୁ ଏଠାରେ ଅନ୍ୟ କେଉଁ ନୂଆ ଦୋକାନ ପାଇଁ ବି ଅନୁମତି ମିଳିବ ନାହିଁ।

ନିତିନ ଅଗ୍ରୱାଲଏହା ମଧ୍ୟ ସୂଚନା ଦେଇଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ସମଗ୍ର ବିଶ୍ବ ଦେଖିବେ ଯେ ଭଗବାନ ମନ୍ଦିରର ଗର୍ଭଗୃହରେ ବିରାଜମାନ ହେବେ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଯୋଧ୍ୟା ସହ କାଶୀ, ମଥୁରା, ପ୍ରୟାଗରାଜ, ଚିତ୍ରକୋଟ ସମେତ ସମସ୍ତ ଧାର୍ମିକ ସ୍ଥାନରେ ମଦ ବିକ୍ରି ନିଷେଧ କରିବାକୁ ନିଷ୍ପତ୍ତି ନିଆଯାଇଛି। କେତେକ ସ୍ଥାନ‌ରେ ବନ୍ଦ ହୋଇସାରିଛି। ଯେଉଁଠାରେ ଆବଶ୍ୟକତା ଅଛି, ଆମେ ମଧ୍ୟ ଅଧିକ ପଦକ୍ଷେପ ନେଉଛୁ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ad-week
Leave A Reply

Your email address will not be published.