କମିଛି ଶୀତ,ବଢିଛି କୁହୁଡ଼ି; ୧୦ ଡିଗ୍ରୀ ତଳେ ୪ ସହର…

add-all

cold

ଭୁବନେଶ୍ବର : ରାଜ୍ୟରେ କମିଛି ଶୀତ କିନ୍ତୁ ବଢିଛି କୁହୁଡ଼ି। ୧୦ ଡିଗ୍ରୀ ତଳେ ରହିଛି ୪ ସହର। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ସାମାନ୍ୟ ବଢିଥିଲେ ମଧ୍ୟ ଜାରି ରହିଛି ଶୀତ ଲହରୀ।
୭.୧ ଡିଗ୍ରୀ ସହ କୋରାପୁଟ ପାଲଟିଛି ରାଜ୍ୟର ସବୁଠୁ ଥଣ୍ଡା ସହର। କୁହୁଡି ସହ ଥଣ୍ଡା ଓ ଶୀତ ଲହରିରେ ଜିଲ୍ଲା ସଦରଠାରୁ ଆଭ୍ୟନ୍ତରୀଣ ଅଞ୍ଚଳର ଜନଜୀବନ ଉପରେ ପଡୁଛି ପ୍ରଭାବ। ଜିଲାରେ ପ୍ରବଳ ଥଣ୍ଡା ଅନୁଭୂତ ସହ ଘନ କୁହୁଡି ଜାରି ରହିଛି । ସେମିଳିଗୁଡାରେ ୮.୩ ଡିଗ୍ରୀ , ଉଦୟଗିରି ୯ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଏହାବାଦ କଟକରେ ତାପମାତ୍ରା ୧୬.୨ ଡିଗ୍ରୀ, ଭୁବନେଶ୍ୱରରେ ୧୭ ଡିଗ୍ରୀ , ସୁନ୍ଦରଗଡ଼ରେ ୧୧.୮ ଡିଗ୍ରୀ ଥିବା ବେଳେ ରାଉରକେଲାରେ ୧୪.୮, ଝାରସୁଗୁଡ଼ାରେ ୧୨.୨, ବାରିପଦାରେ ୧୫.୪, ବାଲେଶ୍ୱରରେ ୧୭.୮, ସମ୍ବଲପୁରରେ ୧୫.୪, ଦେଓଗଡ଼ରେ ୧୫.୬, କେନ୍ଦୁଝରରେ ୧୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି ରାୟଗଡ଼ାରେ କଟକରେ ତାପମାତ୍ରା ୧୫.୪ ଡିଗ୍ରୀ, ନବରଙ୍ଗପୁରରେ ୧୧.୫, ମାଲକାନଗିରିରେ ୧୫.୭, ନୟାଗଡ଼ରେ ୧୬.୪, କେନ୍ଦ୍ରାପଡ଼ାରେ ୧୪.୬, ଯାଜପୁରରେ ୧୮ ଡିଗ୍ରୀ, ଅନୁଗୁଳରେ ୧୩.୬, ବଲାଙ୍ଗିରରେ ୧୩.୫, ଫୁଲବାଣୀରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ଦୁଇ ଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି।

ad-week
Leave A Reply

Your email address will not be published.