ସ୍ୱାସ୍ଥ୍ୟସେବାରେ ଯୋଗଦେଲେ ଆଉ ୨୪୭୩ ନୂଆ ଡାକ୍ତର…

add-all

doctor

ଭୁବନେଶ୍ବର : ରାଜ୍ୟ ସ୍ୱାସ୍ଥ୍ୟସେବାରେ ଆଜି ଆଉ ୨୪୭୩ଜଣ ନୂଆ ଡାକ୍ତର ଯୋଗ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ୨୪୭୩ଜଣ ଡାକ୍ତରଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ସମସ୍ତ ଡାକ୍ତର ରାଜ୍ୟ ମେଡିକାଲ ସେବା ଅଧୀନରେ କାର୍ଯ୍ୟ କରିବେ। ସେମାନଙ୍କ ମଧ୍ୟରୁ ୨୩୯୨ଜଣ ଏମବିବିଏସ ଡାକ୍ତର ଥିବାବେଳେ ୮୧ଜଣ ଡେଣ୍ଟାଲ ସର୍ଜନ ଅଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନୂଆ ଡାକ୍ତରମାନଙ୍କୁ ନିଯୁକ୍ତି ପତ୍ର ବଂଟନ କରି କହିଛନ୍ତି ଯେ, ଆମ ଦରମା ପାଇଁ ଖର୍ଚ୍ଚ ହେଉଥିବା ପ୍ରତ୍ୟେକଟି ଟଙ୍କା ହେଉଛି ଓଡ଼ିଶାବାସୀଙ୍କର। ଆମେ ତାଙ୍କର ସେବା ପାଇଁ ଏଠାରେ ରହିଛେ। ଏକଥା ସବୁବେଳେ ମନେରଖିଥିବେ। ଗୁଣାତ୍ମକ ମାନର ସ୍ୱାସ୍ଥ୍ୟ ସେବା ସମସ୍ତଙ୍କୁ ପ୍ରଦାନ ନିମନ୍ତେ ତାଙ୍କ ସରକାରର ପ୍ରତିବଦ୍ଧତାକୁ ଦୋହରାଇ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଓ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୂଳମନ୍ତ୍ର ନେଇ ସରକାର କାର୍ଯ୍ୟ କରୁଥିବା କହିଛନ୍ତି।
ଆମେ ପ୍ରତ୍ୟେକ ହସ୍ପିଟାଲକୁ ‘ଆମ ହସ୍ପିଟାଲ’ରେ ପରିବର୍ତ୍ତନ କରି ରୋଗୀ ସେବା ଓ ଚିକିତ୍ସା ସେବାରେ ସୁଧାର ଆଣିପାରିଛୁ। ପ୍ରତ୍ୟେକ ସରକାରୀ ହସ୍ପିଟାଲରେ ରୋଗୀ ସେବା ସମ୍ପୂର୍ଣ୍ଣ ମାଗଣା ଦିଆଯାଉଛି। ରାଜ୍ୟ ସରକାରଙ୍କ ପ୍ରୟାସରେ ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ୮ଟି ନୂଆ ସରକାରୀ ମେଡିକାଲ କଲେଜ ଓ ୨ଟି ସ୍ନାତକୋତ୍ତର ମେଡିକାଲ କଲେଜ ଖୋଲାଯାଇଛି। ଯାହାଫଳରେ ବର୍ଷକୁ ୨୫୨୫ ଏମବିବିଏସ୍ ଡାକ୍ତର ଓ ୮୫୬ଜଣ ସ୍ପେଶାଲିଷ୍ଟ ଡାକ୍ତର ମିଳିପାରୁଛନ୍ତି ଓ ଓଡ଼ିଶା ଏବେ ଡାକ୍ତର କ୍ଷେତ୍ରରେ ବଳକା ରାଜ୍ୟ ହୋଇଛି।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ନିଜର ମତ ରଖିଥିଲେ ।

ad-week
Leave A Reply

Your email address will not be published.