ରାତି ଗୋଟାଏରୁ ହେବ ମହାପ୍ରଭୁଙ୍କ ଦର୍ଶନ… ଓଡିଶା By nisarta Last updated Dec 31, 2023 173 0 ପୁରୀ: ଇଂରାଜୀ ନୂଆ ବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀ କ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ କରାଯାଉଛି ଅନେକ ପରିବର୍ତ୍ତନ। ଆଜି ରାତି ଗୋଟାଏରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା। ମିଳିଥିବା ସୂଚନା ମୁତାବକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୂଆବର୍ଷରେ ଆଜି ରାତ୍ର ଗୋଟାଏରେ ଦ୍ୱାର ଫିଟା ଯାଇ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ତେବେ ପୂର୍ବରୁ ମହାପ୍ରଭୁଙ୍କ ପହୁଡ ନକରିବାକୁ ନିତି ସବକମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଜି ରାତି ପ୍ରାୟ ୧୧ଟା ସୁଦ୍ଧା ମହାପ୍ରଭୁଙ୍କ ପହୁଡ ହେବା ସହ ରାତି ଗୋଟାଏ ସୁଦ୍ଧା ଦ୍ୱାର ଫିଟା ଯାଇ ଦର୍ଶନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । Post navigation 0 173 Share
ପୁରୀ: ଇଂରାଜୀ ନୂଆ ବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀ କ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ କରାଯାଉଛି ଅନେକ ପରିବର୍ତ୍ତନ। ଆଜି ରାତି ଗୋଟାଏରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା। ମିଳିଥିବା ସୂଚନା ମୁତାବକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୂଆବର୍ଷରେ ଆଜି ରାତ୍ର ଗୋଟାଏରେ ଦ୍ୱାର ଫିଟା ଯାଇ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ତେବେ ପୂର୍ବରୁ ମହାପ୍ରଭୁଙ୍କ ପହୁଡ ନକରିବାକୁ ନିତି ସବକମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଜି ରାତି ପ୍ରାୟ ୧୧ଟା ସୁଦ୍ଧା ମହାପ୍ରଭୁଙ୍କ ପହୁଡ ହେବା ସହ ରାତି ଗୋଟାଏ ସୁଦ୍ଧା ଦ୍ୱାର ଫିଟା ଯାଇ ଦର୍ଶନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । Post navigation