ରାଜ୍ୟ ବିଜେପିର ସଂଯୁକ୍ତା ମୋର୍ଚ୍ଚା ବୈଠକ

add-all

9-39-750x430-1

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପିର ସଂଯୁକ୍ତା ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହେଉଛି। ୨୪ ଲଢ଼େଇରେ ମୋର୍ଚ୍ଚାଗୁଡ଼ିକର ଭୂମିକା କ’ଣ ରହିବ। ଲୋକଙ୍କ ପାଖକୁ କେଉଁ ପ୍ରସଙ୍ଗ ନେଇ ବିଜେପି ଯିବ ସେନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଂଟ। ରାଜ୍ୟ ବିଜେପିର କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଏସଟି ମୋର୍ଚ୍ଚା, ଏସି ମୋର୍ଚ୍ଚା, ଓବିସି ମୋର୍ଚ୍ଚାର ସଭାପତି ଉପସ୍ଥିତ ଅଛନ୍ତି।

ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ବୈଠକରେ ମଧ୍ୟ ଉପସ୍ଥିତ ରହିଛନ୍ତି । ବୁଥ ସ୍ତରରୁ ବିଜେପି କିଭଳି ୫୦ ପ୍ରତିଶତ ଭୋଟ ହାତେଇବ, ମୋର୍ଚ୍ଚାର ଭୂମିକା କ’ଣ ରହିବ, କୋର କମିଟିରେ ହୋଇଥିବା ନିଷ୍ପତି ଉପରେ ଆଜି ଆଲୋଚନା ହେଉଥିବା ଜଣାଯାଇଚି। କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ବିଭିନ୍ନ ଲୋକଭିମୁଖୀ ଯୋଜନାକୁ ଗ୍ରାଉଣ୍ଡରେ କିଭଳି ପହଞ୍ଚିବ, ରାଜ୍ୟ ସରକାରଙ୍କ ବିଫଳତା କିପରି ଲୋକଙ୍କ ପାଖରେ ପହଞ୍ଚିବାକୁ ନେଇ ରଣନୀତି ପ୍ରସ୍ତୁତ ହେଉଛି। ଆଜିର ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପିର ଉପସଭାପତି ଓ ସାଧାରଣ ସଂପାଦକ ଉପସ୍ଥିତ ଅଛନ୍ତି।

ad-week
Leave A Reply

Your email address will not be published.