୨୦୨୪ରେ ଆଉ ୩ଟି ‘ସ୍ପାଇ ସାଟେଲାଇଟ୍‌’ ଛାଡ଼ିବା ଓ ଆଣବିକ ଶକ୍ତି ବୃଦ୍ଧି ପାଇଁ ପ୍ରତିଜ୍ଞା କଲେ କିମ୍‌ ଜୋଙ୍ଗ୍‌ ଉନ୍‌

add-all

106413796

ପ୍ୟୋଙ୍ଗ୍ୟାଙ୍ଗ୍‌: ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବୋଲି ‘ୱାର୍କର୍‌ ପାର୍ଟି ଅଫ୍‌ କୋରିଆ’ର ବର୍ଷାନ୍ତ ସମ୍ମିଳନୀରେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ସ୍ପଷ୍ଟ କରି କହିବା ସହିତ ନବବର୍ଷରେ ଆଉ ୩ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଓ ଆଣବିକ ଶକ୍ତି ବୃଦ୍ଧି କରିବା ଲାଗି ପ୍ରତିଜ୍ଞା କରିଛନ୍ତି।

କିମ୍‌ଙ୍କ ବକ୍ତବ୍ୟରୁ ଉଦ୍ଧୃତି କରି ରାଷ୍ଟ୍ରାୟାତ ନିଉଜ୍‌ ଏଜେନ୍‌ସି ‘କେସିଏନ୍‌ଏ’ କହିଛି, ୨୦୨୩ରେ ସଫଳତାର ସହିତ ପ୍ରଥମ ‘ସ୍ପାଏ ‌ସାଟେଲାଇଟ୍‌’ ଉତ୍‌କ୍ଷେପଣ ଓ ଚଳାଇବାର ଅଭିଜ୍ଞାତାକୁ ଆଧାର କରି ୨୦୨୪ରେ ଆହୁରି ୩ଟି ‘ସ୍ପାଏ ସାଟେଲାଇଟ୍‌’ ଉତ୍‌କ୍ଷେପଣ କରାଯିବ। ଏହା ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିକାଶର ପ୍ରସାର ପାଇଁ ଉଦ୍ଦିଷ୍ଟ।

ଏହି ସମ୍ମିଳନୀରେ କିମ୍‌ ଆହୁରି ମଧ୍ୟ କହିଛନ୍ତି, ଆମେରିକା ବିରୋଧୀ ରାଷ୍ଟ୍ରମାନଙ୍କ ସହିତ ମିତ୍ରତା ବୃଦ୍ଧି କରିଥିବାରୁ ଉତ୍ତର କୋରିଆ ନିକଟରେ ଆଣବିକ ଶକ୍ତି ବୃଦ୍ଧି କରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ।

କିନ୍ତୁ, ଆମେରିକା ବିରୋଧୀ ରାଷ୍ଟ୍ର କିଏ ତାହା କିମ୍‌ କହି ନ ଥିଲେ ବି ତାଙ୍କ ତାଲିକାରେ ରୁଷ୍‌ ନିଶ୍ଚୟ ଥିବ ବୋଲି କଳ୍ପନାଜଳ୍ପନା ଚାଲିଛି।

ଏହାଛଡ଼ା, ଦକ୍ଷିଣ କୋରିଆ ସହିତ ଉତ୍ତର କୋରିଆର ମିଶ୍ରଣ ସମ୍ଭାବନାକୁ କିମ୍‌ ଅସ୍ବୀକାର କରି କହିଛନ୍ତି ଯେ, ଦକ୍ଷିଣ କୋରିଆ ପ୍ରତି ଥିବା ନୀତିନିୟମକୁ ପ୍ୟୋଙ୍ଗ୍ୟାଙ୍ଗ୍‌ ନିଶ୍ଚୟ ପରିବର୍ତ୍ତନ କରିବ। ଆମକୁ ଆକ୍ରମଣ କରିବା ଲାଗି ଶତ୍ରୁମାନେ ବିପଜ୍ଜନକ ପଦକ୍ଷେପ ଗ୍ରହଣ କରୁଥିବାରୁ କୋରୀୟ ଉପଦ୍ବୀପରେ ଯେକୌଣସି ସମୟରେ ଯୁଦ୍ଧ ଲାଗିପାରେ।

ଆକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରସ୍ତୁତି କରିବା ସହିତ ଆଣବିକ ବୋମା ତିଆରି କରିବା ଲାଗି ସେ ସେନାକୁ କହିଛନ୍ତି।

ad-week
Leave A Reply

Your email address will not be published.