ରାମ ମନ୍ଦିର ପ୍ରାଣ ପ୍ରତି‌ଷ୍ଠା ଦିନ ମୁମ୍ବାଇରେ ଦୀପାବଳି ପାଳିବାକୁ କହିଲେ ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ…

add-all

eknath

ମୁମ୍ବାଇ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅଯୋଧ୍ୟା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ରାମ ମନ୍ଦିରକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି। ଏହି କ୍ରମରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଅବସରରେ ମୁମ୍ବାଇରେ ଦୀପାବଳି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମୁମ୍ବାଇର ସମସ୍ତ ମନ୍ଦିର ଏବଂ ପ୍ରମୁଖ ଅଟ୍ଟାଳିକାକୁ ଆଲୋକୀକରଣ କରିବାକୁ ବିଏମସି କମିସନରଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁମ୍ବାଇରେ ଏକ ସ୍ୱଚ୍ଛତା ଅଭିଯାନକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ‘‘ଜାନୁଆରି ୨୨ ତାରିଖରେ ରାମ ମନ୍ଦିର ଉଦଘାଟନ ହେବ। ମୁଁ ବିଏମସି କମିସନରଙ୍କୁ ସମଗ୍ର ମୁମ୍ବାଇ ସହରରେ ଦୀପାବଳି ଉତ୍ସବ ଭଳି ଆଲୋକିତ କରିବାକୁ କହିଛି। ମନ୍ଦିର ଏବଂ ଅଟ୍ଟାଳିକାରେ ସାଜସଜ୍ଜା ସହ ଆଲୋକମାଳା ଲଗାଯିବା ଉଚିତ୍।’’
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘‘ରାମ ମନ୍ଦିର ସ୍ୱର୍ଗତ ବାଲାସାହେବ ଠାକରେ ଏବଂ ଭଗବାନ ରାମଙ୍କ ଭକ୍ତଙ୍କ ସ୍ୱପ୍ନ ଥିଲା। ମୋଦୀଜୀ ରାମ ମନ୍ଦିର ନିର୍ମାଣର ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଯାହା କହିଛନ୍ତି ତାହା ପୂରଣ କରନ୍ତି। ସମସ୍ତେ ମୋଦୀଙ୍କ କଥା ଉପରେ ବିଶ୍ୱାସ କରନ୍ତି।’’
ଯେତେବେଳେ ରାମ ମନ୍ଦିରର ଉଦ୍‌ଘାଟନ ରାଜନୈତିକ ଲାଭ ପାଇଁ ବ୍ୟବହୃତ ହେଉଛି କି ବୋଲି ପଚରାଯିବାରୁ ସିନ୍ଦେ କହିଛନ୍ତି ଯେ ‘‘ରାମ ମନ୍ଦିର ଲୋକଙ୍କ ବିଶ୍ୱାସର ବିଷୟ, ତେଣୁ ଏହା ଏକ ରାଜନୈତିକ ପ୍ରସଙ୍ଗ ହୋଇପାରିବ ନାହିଁ।’’

ad-week
Leave A Reply

Your email address will not be published.