ସଂଘର୍ଷର ଲମ୍ବା ଇତିହାସକୁ ଦୃଷ୍ଟିରେ ରଖି ଅଯୋଧ୍ୟା ମାମଲାର ନିଷ୍ପତ୍ତି ନିଆଯାଇଥିଲା : ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼

add-all

cji-750x430

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ସୋମବାର (ଜାନୁଆରୀ ୧) ରାମ ମନ୍ଦିର ମାମଲାର ନିଷ୍ପତ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ ଅଯୋଧ୍ୟା ମାମଲାର ବିଚାରପତିମାନେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ ଯେ କିଏ ରାୟ ଲେଖିଛି ତାହା ଉଲ୍ଲେଖ କରାଯିବ ନାହିଁ।
ଏକ ସାକ୍ଷାତକାରରେ ପ୍ରଧାନ ବିଚାରପତି କହିଛନ୍ତି, ସଂଘର୍ଷର ଦୀର୍ଘ ଇତିହାସ ଏବଂ ବିଭିନ୍ନ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାରେ ଏକ ସ୍ୱରରେ ରାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ଅଯୋଧ୍ୟାର ରାମ ମନ୍ଦିର ମାମଲାରେ ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ (ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଏବଂ ଜଷ୍ଟିସ ଅବଦୁଲ ନଜିରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଏହି ରାୟ ଶୁଣାଇଥିଲେ। ତିନି ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ, ନିର୍ମାଣ ଯୋଜନା ଓ ସମ୍ପତ୍ତି ପରିଚାଳନା ପାଇଁ ସୁପ୍ରିମ୍ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨.୭୭ ଏକର ଜମି ହିନ୍ଦୁମାନଙ୍କୁ ଦିଆଯିବ ବୋଲି ରାୟରେ କୁହାଯାଇଥିଲା। ଏହାର ବିକଳ୍ପ ଭାବେ ମୁସଲମାନମାନଙ୍କୁ ଅନ୍ୟତ୍ର ୫ ଏକର ଜମି ଦିଆଯାଇଥିଲା।

ad-week
Leave A Reply

Your email address will not be published.