ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼

add-all

Puri_1703256631

ପୁରୀ : ନୂଆ ବର୍ଷରେ ନୂଆ ରେକର୍ଡ। ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଦର୍ଶନରୁ ବର୍ଷର ଆରମ୍ଭ କରିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।
ଅପରାହ୍ନ ୫ଟା ସୁଦ୍ଧା ସା.ଢେ ତିନି ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଥିବା ପୁରୀ ପୁଲିସ ପକ୍ଷରୁ ସୂଚନା ମିଳିଛି। ଆଜି ସଅଳ ନୀତିକାନ୍ତି ସରିବା ପରେ ରାତି ଦେଢ଼ଟାରୁ ସର୍ବସାଧାରଣ ପାଇଁ ଖୋଲିଥିଲା ସିଂହ ଦ୍ୱାର।
ସିଂହ ଦ୍ୱାର ଖୋଲିବା ପରଠାରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରୀଜୀଉଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କରାଯାଇଛି ବ୍ୟାପକ ବ୍ୟବସ୍ଥା।
ନୂଆ ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଆଜିଠାରୁ ଶ୍ରୀମନ୍ଦିରରେ ଲାଗୁ ହୋଇଛି ନୂଆ ନିୟମ। ଶାଳିନତାପୂର୍ଣ୍ଣ ବସ୍ତ୍ର ପରିଧାନ କରି ଶ୍ରଦ୍ଧାଳୁ ଆସିଛନ୍ତି।
ସେହିପରି ମନ୍ଦିର ପରିସରକୁ ଗୁଟଖା କିମ୍ବା ପାନ ମନା ହୋଇଛି। ଯଦି କେହି ଧରାପଡ଼େ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ad-week
Leave A Reply

Your email address will not be published.