ଭାଙ୍ଗିଗଲା ମାଟି ହାଣ୍ତି, ବୁଡ଼ିଲା ଭେଳା; ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ

add-all

ନୀଳଗିରି : ଡ୍ୟାମ୍‌ ମଝିରେ ଭାଙ୍ଗିଗଲା ମାଟି ହାଣ୍ତି, ବୁଡ଼ିଗଲା ଭେଳା। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ପର୍ଯ୍ୟଟକ। ଦୀର୍ଘ ସମୟ ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପାଣିରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ଆଜି ଅପରାହ୍ନରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଘଟିଥିଲା।
ସିଆଡିମାଳ ପଞ୍ଚାୟତ ବାବନ୍ଧ ଗାଁରେ ରହିଛି ବୁଗାଳିବନ୍ଧ ଡ୍ୟାମ। ସେହି ଡ୍ୟାମ୍‌ ଆର ପାର୍ଶ୍ଵରେ ଏକ ଟାପୁ ରହିଛି। ସେହି ଟାପୁରେ ଶିଳ୍ପୀ କେସୁ ଦାସ ‘କୁମ୍ଭକ୍ଷେତ୍ର’ ନାଁରେ ରିସର୍ଟ କରିଛନ୍ତି। ଯେଉଁଠିକୁ ଯିବା ପାଇଁ ମାଟି ହାଣ୍ଡି ଓ ବାଉଁଶରେ ଭେଳା ତିଆରି କରାଯାଇଛି। ସେହି ଭେଳାରେ ବସି ଆଜି ୨୦ରୁ ଅଧିକ ପର୍ଯ୍ୟଟକ ଡ୍ୟାମ୍‌ ମଝିରେ ଥିବା ଟାପୁକୁ ଯାଇଥିଲେ। ସେଠାରେ ବୁଲାବୁଲି କରି ଫେରୁଥିବା ବେଳେ ଡ୍ୟାମ୍‌ ମଝିରେ ଭେଳାରେ ଲାଗିଥିବା ମାଟି ହାଣ୍ଡି ଗୁଡ଼ିକ କୌଣସି କାରଣରୁ ଭାଙ୍ଗି ଯାଇଥିଲା।
ଦୀର୍ଘ ସମୟ ଧରି ଡ୍ୟାମ ମଝିରେ ଲୋକମାନେ ଫସି ରହିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ପାଣି ଭିତରୁ ଲୋକମାନଙ୍କୁ ଉଦ୍ଧାର କରିଥିଲେ। ବେଆଇନ୍‌ ଭାବେ ଏପରି କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ତେବେ ଏନେଇ ପ୍ରତିକ୍ରିୟା ନେବା ପାଇଁ ରିସର୍ଟ ମାଲିକଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ତାଙ୍କ ମୋବାଇଲ ବନ୍ଦ କରିଥିଲା।

ad-week
Leave A Reply

Your email address will not be published.