ଆତଙ୍କବାଦୀ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ଭୁଟ୍ଟବୀର ମୃତ୍ୟୁ…

add-all

WhatsApp-Image-2024-01-12-at-15.48.28

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟ୍ଟବୀର ହୃଦଘାତରେ ମୃତ୍ୟୁ ଘଟିଛି। ପାକିସ୍ତାନରେ ସରକାରୀ ହାଜତରେ ଥିବା ସମୟରେ ହୃଦଘାତରେ ତାର ମୃତ୍ୟୁ ହୋଇଥିବା ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି। ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଅଲ୍ କାଏଦା ପ୍ରତିବନ୍ଧକ କମିଟି ଅନୁଯାୟୀ, ଗତ ବର୍ଷ ମେ ୨୯ ତାରିଖରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁରିଦକେ ସହରରେ ଭୁଟ୍ଟବୀର ମୃତ୍ୟୁ ହୋଇଥିଲା ।

ହାଫିଜ୍ ସୟିଦର ଆତଙ୍କବାଦୀ ସଂଗଠନ ଲସ୍କରରେ ହାଫିଜ ଅବଦୁଲ ସଲାମ ଭୁତବୀ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲା। ଦୁଇ ଥର ହାଫିଜ୍ ସଇଦଙ୍କୁ ଅଟକ ରଖାଯାଇଥିବା ବେଳେ ଭୁତବୀ କାର୍ଯ୍ୟକାରୀ ଅମୀର (ମୁଖ୍ୟ) ଭାବେ କାର୍ଯ୍ୟ କରିଥିଲା। ଏହା ସହ ସେ ଲସ୍କର-ଇ-ତୋଏବାର ଦୈନନ୍ଦିନ କାର୍ଯ୍ୟକଳାପ ପରିଚାଳନା କରିବା ସହ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରୁଥିଲା। ନଭେମ୍ବର ୨୦୦୮ ମୁମ୍ବାଇ ଆକ୍ରମଣ ପରେ, ଯେତେବେଳେ ହାଫିଜ ସୟିଦ ଜୁନ୍ ୨୦୦୯ ପର୍ଯ୍ୟନ୍ତ ହେପାଜତରେ ଥିଲା, ଏହି ସମୟରେ ଭୁଟ୍ଟବୀ ତାଙ୍କ ସଂଗଠନକୁ ନିଜ ଅକ୍ତିଆରକୁ ନେଇଥିଲା ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିବାରେ ମଧ୍ୟ ସେ ସମ୍ପୃକ୍ତ ଥିଲା। ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୨୬ରେ ହୋଇଥିବା ମୁମ୍ବାଇ ଆକ୍ରମଣରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ad-week
Leave A Reply

Your email address will not be published.