ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ…

add-all

IMAGE_1705823518

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଆଫଗାନିସ୍ତାନର ଏକ ପାହାଡରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଭାରତୀୟ ବିମାନ ବୋଲି କୁହାଯାଇଛି। ବିମାନଟି ଭାରତରୁ ରୁଷର ମସ୍କୋକୁ ଯାଇଥିଲା। ଏତିକି ବେଳେ ଆଫଗାନିସ୍ତାନରେ ଦୁର୍ଘଟାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

ବଦଖ୍ୱାଂଶାର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ଜବିହୁଲ୍ଲା ଆମିରି କହିଛନ୍ତି ଯେ, ଆଜି ସକାଳେ ବଦଖ୍ୱାଂଶା ପ୍ରଦେଶର କୁରାନ-ମୁଞ୍ଜାନ ଏବଂ ଜିବକ ଜିଲ୍ଲା ସୀମାବର୍ତ୍ତୀ ତୋପଖାପା ପର୍ବତ ଧକ୍କା ହେବା ପରେ ଭାରତୀୟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଛି ବୋଲି ଆଫଗାନିସ୍ତାନ ସରକାର ସୂଚନା ଦେଇଛନ୍ତି। ତେବେ ଏହି ଦୁର୍ଘଟଣାରେ କେତେ ଜଣ ଯାତ୍ରୀ ମୃତାହତ ହୋଇଛନ୍ତି ସେ ନେଇ କିଛି ସୂଚନା ମିଳିନାହିଁ।

ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଭାରତର ନୁହେଁ। ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ ଏହା ନିଶ୍ଚିତ କରିଛନ୍ତି। ଡିଜିସିଏର ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ବିମାନଟି ଭାରତୀୟ ନୁହେଁ, କି କୌଣସି ନନ୍‌ ଶେଡ୍ୟୁଲ ଚାଟର୍ଡ ବିମାନ ନଥିଲା। ବରଂ ମୋରୋକୋ ପଞ୍ଜୀକୃତ DF- 10 ଛୋଟ ବିମାନ ଥିଲା। ଆମର କୌଣସି ବିମାନ ସେହି ମାର୍ଗ ଦେଇ ଯାଉ ନାହିଁ ବୋଲି ଡିଜିସିଏ କହିଛି।

ad-week
Leave A Reply

Your email address will not be published.