ପ୍ରଥମ ଦିନରେ ଅଯୋଧ୍ୟା ରାମ ମନ୍ଦିରକୁ ଦାନ ହୋଇଛି ୩ କୋଟି ଟଙ୍କା…

ram2

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ତା’ପର ଦିନ ଅର୍ଥାତ୍ ଜାନୁଆରୀ ୨୩ରେ ଏହାକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲି ଦିଆଯାଇଥିଲା। ଆଉ ପ୍ରଥମ ଦିନରେ ହିଁ ଭକ୍ତମାନେ ରାମ ମନ୍ଦିରକୁ ୩.୧୭ କୋଟି ଟଙ୍କା ଦାନ କରିଥିଲେ। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟି ଅନୀଲ ମିଶ୍ରା ଏହି ସୂଚନା ଦେଇଛନ୍ତି।
ଅନୀଲ କହିଛନ୍ତି, ସୋମବାର ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହେବା ପରେ ୧୦ଟି ଦାନ ଗ୍ରହଣ କେନ୍ଦ୍ର ଖୋଲା ଯାଇଥିଲା। ମଙ୍ଗଳବାର (ଜାନୁଆରୀ ୨୩) ଭକ୍ତମାନେ ରାମ ଲଲାଙ୍କ ଦର୍ଶନ କରିଥିଲେ। ସେହିଦିନ ମନ୍ଦିରର ଦାନ କେନ୍ଦ୍ରରୁ ଓ ଅନ୍‌ଲାଇନ୍‌ରେ ୩.୧୭ କୋଟି ଟଙ୍କାର ଦାନ ଗ୍ରହଣ କରାଯାଇଥିଲା।
ସେ କହିଛନ୍ତି, ମଙ୍ଗଳବାର ୫ ଲକ୍ଷରୁ ଅଧିକ ରାମ ଭକ୍ତ ରାମ ଲଲାଙ୍କ ଦର୍ଶନ କରିଥିଲେ। ସେହିପରି ବୁଧବାର ମଧ୍ୟ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଥିଲେ। ଶ୍ରଦ୍ଧାଳୁମାନେ ଯେପରି ରାମ ଲଲାଙ୍କୁ ଏକ ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ଦର୍ଶନ କରିପାରିବେ, ସେଥିପାଇଁ ପ୍ରଶାସନର ପରାମର୍ଶକ୍ରମେ ପଦକ୍ଷେପ ନିଆଯାଇଛି।

ad-week
Leave A Reply

Your email address will not be published.