ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟରଙ୍କ ପାଇଁ ଲାଗୁ…

add-all

vote

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ ବ୍ୟବସ୍ଥା ସଂପର୍କରେ ନାନା ତଥ୍ୟ ସାମ୍ନାକୁ ଆସୁଛି। ଏଥର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଘରେ ରହି ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟର ଭୋଟ୍ ଦେବେ। ୮୦ ବର୍ଷରୁ ଅଧିକ ବୟସ୍କ, ୪୦ ବର୍ଷରୁ କମ୍ ବୟସ୍କ ଦିବ୍ୟାଙ୍ଗ ଓ ଅସୁସ୍ଥ ହୋଇ ଘରେ ରହିଥିଲେ, ସେମାନଙ୍କ ପାଇଁ ହୋମ୍ ଭୋଟିଂର ବ୍ୟବସ୍ଥା କରାଯାଇଛି। ଏହା ସହ ପୁଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟିଂ କେନ୍ଦ୍ର କରାଯିବ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି। ସମସ୍ତ ଜିଲ୍ଲାରେ ଇଭିଏମ୍ ପହଞ୍ଚିବା ସହ ଟେଷ୍ଟିଂ ସରିଛି। ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାମ ସରିଛି। ଏବେ ତୃତୀୟ ପର୍ଯ୍ୟାୟ କାମ ଚାଲିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ad-week
Leave A Reply

Your email address will not be published.