୯ ମାସ ପରେ ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ବସନ୍ତ ଗିରଫ…

add-all

f76d57da-93bc-44ca-b4ee-ea49716d2513-750x430

ସୁନ୍ଦରଗଡ଼: ୯ ମାସ ତଳେ ଚର୍ଚ୍ଚାକୁ ଆସିଥିବା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଚାକିରି ନାଁରେ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ସୁନ୍ଦରଗଡ଼ କାଙ୍କେରଜୁରା ସ୍କୁଲ୍ ପ୍ରଧାନ ଶିକ୍ଷକ ବସନ୍ତ ତାଜନକୁ ଗୁରୁବାର ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମାମଲା ରୁଜୁ ପରେ ଅଭିଯୁକ୍ତ ଶିକ୍ଷକ ପରିଚୟ ବଦଳାଇ ଝାରସୁଗୁଡ଼ାର ଏକ ସ୍ଥାନରେ ରହୁଥିଲେ।
ପୂର୍ବରୁ ୨୦୨୩ ଏପ୍ରିଲ ୧୭ ତାରିଖରେ ମାମଲାରେ ମେଡିକାଲ କର୍ମଚାରୀ କାଲୋବାହାଲର ଚୈତନ୍ୟ ତନ୍ତୀ, ଦଲାଲ ତସଲାଡିହିର ସୁଶାନ୍ତ ମାଝୀ, ମହୁଲପାଲିର ମଦନ ଗର୍ଡିଆ, ଜେରକ୍ସ ଦୋକାନୀ ସୁନ୍ଦରଗଡ଼ ମିସନ ରୋଡର ଆଶିଷ ନାଏକ ଓ ହେମଗିର ବସୁନ୍ଧରା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଗିରିଙ୍ଗକେଲାର ସୋମନାଥ ପୃଷେଠଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ। ଆଉ ୫ ମାସ ପରେ ଅନ୍ୟତମ ମାଷ୍ଟର ମାଇଣ୍ଡ ହେମନ୍ତ ନାୟକ ଧରାପଡିଥିଲା। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବା ପରେ ଯୋଗ୍ୟତା ଅନୁସାରେ, ବିଭିନ୍ନ ପଦରେ ଚାକିରି କରାଇଦେବା ନାଁରେ ଏକ ରାକେଟ ଜିଲ୍ଲାର ବହୁ ଯୁବକଯୁବତୀଙ୍କୁ ଠକିଥିଲେ।

ରାକେଟର ସଦସ୍ୟମାନେ ବିଭିନ୍ନ ପଦ ପାଇଁ ଆବେଦନ କରିବାକୁ ପ୍ରବର୍ତ୍ତାଇ ଅତି ଚତୁରତାର ସହ ଆଶାୟୀମାନଙ୍କଠାରୁ ନିଯୁକ୍ତି ଦେବା ନାଁରେ ୪୦ ହଜାରରୁ ଦେଢ଼ ଲକ୍ଷ ଯାଏ ଠକି ନେଇଥିଲେ। ୫୬ ଜଣ ଆଶାୟୀଙ୍କଠାରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ପୁଲିସ ତଦନ୍ତରେ ଜଣାପଡିଥିଲା। ସେହିପରି ମୁଖ୍ୟ ଅଭିଯୁକ୍ତ ଶିକ୍ଷକବସନ୍ତ ତାଜନ କାଙ୍କେରଜୁରା, ରାଇଡିହି ଓ କୁରେଇ ଗାଁର ୧୬ ଜଣ ଯୁବକ, ଯୁବତୀଙ୍କୁ ଚାକିରି କରାଇଦେବି କହି ଲକ୍ଷାଧିକ ଟଙ୍କା ଆଦାୟ କରିଥିବା ପୁଲିସ ଜାଣିବାକୁ ପାଇଥିଲା। ସେହି ସମୟରେ ପୁଲିସ ତାଙ୍କୁ ଥାନାକୁ ଉଠାଇ ଆଣିଥିବାବେଳେ ଯୁବକଯୁବତୀଙ୍କ ଠାରୁ ଅର୍ଥ ଆଦାୟ କରିଥିବା ଅଭିଯୋଗକୁ ସେ କୁଆଡ଼େ ସ୍ବୀକାର କରିଥିଲେ। କିନ୍ତୁ ସେତେବେଳେ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା। ଏହା ପରେ ଶିକ୍ଷକ ଫେରାର ହୋଇ ଯାଇଥିବା କଥା ସାମ୍ନାକୁ ଆସିଥିଲା। କିନ୍ତୁ ଶିକ୍ଷା ବିଭାଗ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହା ମଧ୍ୟରେ ପୁଲିସ ତାକୁ ଖୋଜୁଥିବାବେଳେ ସେ ଝାରସୁଗୁଡ଼ାରେ ଛଦ୍ମବେଶରେ ରହୁଥିବା ଜାଣିବାକୁ ପାଇ ଚଢ଼ାଉ କରି ଧରିଥିଲା।

ad-week
Leave A Reply

Your email address will not be published.