କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଝିଅ ଛାଡ଼ି ପଳାଇଗଲେ ବାପା…

add-all

capital-hospital-750x430-1

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଝିଅକୁ ଛାଡ଼ି ପଳାଗଲେ ବାପା। ଫୋନ୍‌ କଲେ ମଧ୍ୟ ଉଠାଉ ନାହାନ୍ତି। କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏନେଇ କମିଶନରେଟ୍‌ ପୁଲିସ୍‌କୁ ଅବଗତ କରାଇଛି।
କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ପ୍ରଶାନ୍ତ ନାୟକଙ୍କ ପତ୍ନୀ ମମତା ନୟାଗଡ଼ ମେଡ଼ିକାଲ୍‌ରେ ଏକ ଶିଶୁକନ୍ୟା ପ୍ରସବ କରିଥିଲେ। ଛୁଆର ଓଜନ ୮୬୦ ଗ୍ରାମ୍‌ ଥିଲା। ତେଣୁ ଶିଶୁଟିକୁ ଏସ୍‌ଏନ୍‌ସିୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ରୁ ୩ ଦିନ ଗତ ୧୮ ତାରିଖରେ ପ୍ରଶାନ୍ତ ଛୁଆକୁ ଧରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆସିଥିଲେ। ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ଛୁଆକୁ ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା। ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ଥିବାରୁ ନିୟମିତ ବ୍ୟବଧାନରେ ମେଡ଼ିସିନ୍‌ ଓ ବ୍ଲଡ୍‌ ଦିଆଯାଉଥିଲା। ହେଲେ ବାପା ଓ ମାଆଙ୍କ ଦେଖାଯାଇ ନାହିଁ। ଛୁଅ ସମ୍ପର୍କରେ ସୂଚନା ଦେବା ପାଇଁ ମାଆ ମମତା ଓ ବାପା ପ୍ରଶାନ୍ତଙ୍କ ଫୋନ୍‌ କରାଯାଉଛି। ମାତ୍ର ସେମାନେ ଫୋନ୍‌ ଉଠାଉ ନାହାନ୍ତି।
ଏସ୍‌ଏନ୍‌ସି ୟୁରେ ଛୁଅ। ହେଲେ ବାପାମାଆ ଫୋନ୍‌ ଉଠାଉ ନାହାନ୍ତି। ତେଣୁ ହରଡଘଣାରେ ପଡ଼ିଛନ୍ତି ମେଡ଼ିକାଲ୍‌ କର୍ତ୍ତୃପକ୍ଷ। ସବୁଆଡୁ ନିରାଶ ହୋଇ ଏ ସମ୍ପର୍କରେ କମିଶନରେଟ୍‌ ପୁଲିସ୍‌କୁ ଅବଗତ କରାଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ଆଜି ମେଡ଼ିକାଲ୍‌ରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଏ ସମ୍ପର୍କରେ ନୟାଗଡ଼ CWC କୁ ଅବଗତ କରାଯାଇଛି।
ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଜଣେ ନର୍ମାଲ୍‌ ପିଲାର ଓଜନ ୨ କେଜି ୫୦୦ ଗ୍ରାମ ହେବା କଥା। ମାତ୍ର ଏହି ଛୁଆର ଓଜନ ୮୬୦ ଗ୍ରାମ। ତେଣୁ ପିଲାଟି ଅପରିପକ୍ୱ(ସମୟ ପୂର୍ବରୁ ଓ ଅସୁସ୍ଥ)। ତାକୁ ପୂର୍ବରୁ ଗୋଟିଏ ବ୍ଲଡ ଦିଆଯାଇଥିବା ବେଳେ ଆଜି ଆଉ ଗୋଟିଏ ଦିଆଯାଇଛି। କହିବାକୁ ଗଲେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଶିଶୁ କନ୍ୟାର ଜୀବନ ବଞ୍ଚାଇବା ପାଇଁ ଆମେ ଆପ୍ରାଣ ଉଦ୍ୟମ କରୁଛୁ ବୋଲି ମେଡ଼ିକାଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ad-week
Leave A Reply

Your email address will not be published.