ପିସିସି ଗଣମାଧ୍ୟମ ମୁଖପାତ୍ର, ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା

add-all

cong

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ସେଲ୍‌କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବରିଷ୍ଠ ମୁଖପାତ୍ର, ମୁଖପାତ୍ର, ପ୍ୟାନେଲିଷ୍ଟ୍‌, ସଂପାଦକ ଓ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି। ପିସିସି ଗଣମାଧ୍ୟମ ସେଲ୍‌ର ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ଜଣାଇଛନ୍ତି।
ବରିଷ୍ଠ ମୁଖପାତ୍ର ଭାବେ ପଞ୍ଚାନନ କାନୁନ୍‌ଗୋ, ଗ‌ଣେଶ୍ବର ବେହେରା, ସନ୍ତୋଷ ସିଂହ ସାଲୁଜା, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର ରହିଛନ୍ତି। ସେହିପରି ମୁଖପାତ୍ର ତାଲିକାରେ ହମିଦ ହୁସେନ, ମନୋରଂଜନ ଦାସ, ସୁଦର୍ଶନ ଦାସ, ସସ୍ମିତା ବେହେରା, ଅଧିରାଜ ପାଣିଗ୍ରାହୀ, ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅପର୍ଣ୍ଣାଧିର ସିଂହ, କୃଷ୍ଣଚନ୍ଦ୍ର ପତି, ଅଭିଷେକ ମହାନନ୍ଦ, ସ୍ମୃତିରଂଜନ ଲେଙ୍କା, ଅମୀୟ ପାଣ୍ଡବ, ରାଜୀବ ପଟ୍ଟନାୟକ, ଦେବାଶିଷ ଭୂୟାଁ ଓ ରବୀନ୍ଦ୍ର ଆଚାର୍ଯ୍ୟ ସ୍ଥାନ ପାଇଛନ୍ତି। ପ୍ରଶାନ୍ତ ଶତପଥୀ ଗଣମାଧ୍ୟମ ସଂପାଦକ ଥିବା ବେଳେ ଦୀପକ ମହାପାତ୍ର ବରିଷ୍ଠ ସଂଯୋଜକ ରହିଛନ୍ତି। ଏହାସହ ଟିଭିରେ ପ୍ୟାନେଲିଷ୍ଟ ଭାବେ ପଞ୍ଚାନନ ଦାସ, ଜିନେଶ ଦାସ, ପୀତବାସ ପଣ୍ଡା, ଅମିତ ମହାନ୍ତି, ଆଲବର୍ଟ କିଣ୍ଡୋ, ନଳିନୀକାନ୍ତ ନାୟକ, ମନଶା ତ୍ରିପାଠୀ, ଜୟଶ୍ରୀ ପାତ୍ର, ଝୁନା ପଟ୍ଟନାୟକ, ଶୁଭେନ୍ଦୁ ଶେଖର ମଲ୍ଲିକ, ସଂଗ୍ରାମ ମାଝି ଓ କୈଳାଶ ମୁଖୀଙ୍କୁ ଦାୟିତ୍ବ ଦିଆଯାଇଛି। ସଂଯୋଜକ ଭାବେ ବୀରେନ ଦଳାଇ ଓ ହରିଶଙ୍କର ଜେନା ରହିଛନ୍ତି।

ad-week
Leave A Reply

Your email address will not be published.