ରେଲୱେରେ ନିଯୁକ୍ତି ସୁଯୋଗ; ଖାଲି ପଡିଛି ୯,୦୦୦ ପଦବୀ…

add-all

ନୂଆଦିଲ୍ଲୀ: ରେଲୱରେ ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି ପଦବୀ। ୯୦୦୦ ଟେକ୍ନିସିଆନ୍ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛି RRB। ଖୁବ୍ ଶୀଘ୍ର ଏହି ବିଭାଗରେ ପଦବୀ ପୂରଣ ହେବ।
ଆଗ୍ରହୀ ପ୍ରାର୍ଥୀମାନେ ଆରଆରବିର ରିଜୋନାଲ୍ ଅଫିସିଆଲ୍ ୱେବସାଇଟରେ ନିଯୁକ୍ତି ପ୍ରକ୍ରିୟା ସୂଚନା ପାଇପାରିବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ବିସ୍ତୃତ ବିଜ୍ଞପ୍ତି ଫେବୃଆରୀରେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।
ଅନଲାଇନ୍ ଆବେଦନ ଦାଖଲ ମାର୍ଚ୍ଚରୁ ଆରମ୍ଭ ହୋଇ ଏପ୍ରିଲ୍ ୨୦୨୪ରେ ଶେଷ ହେବ। କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଅକ୍ଟୋବରରୁ ଡିସେମ୍ବର ୨୦୨୪ ମଧ୍ୟରେ ଚାଲିବାକୁ ଯୋଜନା କରାଯାଇଛି। ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ଫେବୃଆରୀ ୨୦୨୫ରେ ପ୍ରକାଶ ପାଇପାରେ।

ଗତ ଜାନୁଆରୀ ୨୯ରେ ଏନେଇ ରେଳବାଇ ନିଯୁକ୍ତି ବୋର୍ଡ ପକ୍ଷରୁ ଏକ ସୂଚନା ଦିଆଯାଇଥିଲା, ଯେଉଁଥିରେ କୁହାଯାଇଥିଲା କି ଆରଆରବି ଟେକ୍ନିସିଆନ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଁ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ଏନେଇ ଘୋଷଣା କରାଯିବ। ଆଶାୟୀ ପ୍ରାର୍ଥୀମାନେ ଅପଡେଟ୍ ପାଇବା ପାଇଁ ଅଫିସିଆଲ୍ ୱେବସାଇଟ୍ ଚେକ୍ କରନ୍ତୁ।

ad-week
Leave A Reply

Your email address will not be published.