ବାଲି ବୋଝେଇ ହାଇୱା ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର…

add-all

k

ଖୋର୍ଦ୍ଧା: ବେଗୁନିଆ -ବାଘମାରି- ଧଳାପଥର ରାସ୍ତାର ବଡ଼ବେରେଣା ଡୁମୁଣି ମନ୍ଦିର ନିକଟରେ ହାଇଓ୍ବା ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ଗୁରୁତର ହୋଇଥିବା ଜଣାଯାଇଛି। ଉଭୟେ ସଂପର୍କରେ ପତିପତ୍ନୀ ବୋଲି ଜଣାଯାଇଛି। ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଉକ୍ତ ଦମ୍ପତି ସ୍କୁଟିରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ହାଇଓ୍ବାଟି ମହିଳାଙ୍କୁ ଚାପି ଦେଇ ୫୦ମିଟର ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କର ପ୍ରାଣହାନି ଘଟିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ।

ad-week
Leave A Reply

Your email address will not be published.