ଉଦଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍…

add-all

soa

ଭୁବନେଶ୍ୱର: ଉଦ୍‌ଯାପିତ ହେଲା ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ । ଜିଏମ୍ ସାୟନ୍ତନ ଦାସ  ସର୍ବାଧିକ ପଏଣ୍ଟ ରଖି ଚାମ୍ପିଅନ ହୋଇଥିବା ବେଳେ ଜିଏମ୍ ଦୀପ୍ତାୟନ ଘୋଷ ରନର୍ସ ଅପ୍ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍ ସଂଘ ସଭାପତି ଡ. ସଂଜୟ କପୁର ମୁଖ୍ୟ ଅତିଥି  ଏବଂ ସୋଆ କୁଳପତି ପ୍ରଫେସର ପି.କେ ନନ୍ଦ, ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ ।

ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ ଉତ୍ସବ ଏ’ ବର୍ଗରେ ଗ୍ରାଣ୍ଡ ମାଷ୍ଟର (ଜିଏମ୍‌) ସାୟନ୍ତନ ଦାସ (୨୫୨୪) ଚାମ୍ପିଅନ ସହ ସର୍ବାଧିକ ୮ ପଏଣ୍ଟ ରଖି ପ୍ରଥମ ସ୍ଥାନ ହାସଲ  କରିଥିଲେ । ସେହିପରି ଜିଏମ୍ ଦୀପ୍ତାୟନ ଘୋଷ (୨୫୬୮) ୭.୫ ପଏଣ୍ଟ ସହ ରନର୍ସ ଅପ୍  ଏବଂ ସମାନ ପଏଣ୍ଟ ସହ ଓଡିଆ ଆଇଏମ୍ ସମ୍ବିତ ପଣ୍ଡା (୨୪୦୪) ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ସେହିପରି ସି’ ବର୍ଗରେ ହରିୟାନାର ବ୍ୟୋମ ମାଲହୋତ୍ରା ୯ ରାଉଣ୍ଡରୁ ସର୍ବାଧିକ ୮ ପଏଣ୍ଟ ପାଇ ଚାମ୍ପିଅନ୍‌ ହୋଇଥିବା ବେଳେ  ସମାନ ପଏଣ୍ଟ ରଖି ଇଶା ସିହ୍ନା ରନର୍ସଅପ୍‌ ହୋଇଥିଲେ । ସେହିପରି ଆରିତ କପିଲ ତୃତୀୟ ଏବଂ  ଓଡିଶାର  ସୃଜନ ପ୍ରଣୟୀରାୟ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି ।

ଏହି ପ୍ରତିଯୋଗିତାକୁ ଅଲ ଓଡ଼ିଶା ଚେସ୍ ଆସୋସିଏସନ ଦ୍ୱାରା ଆୟୋଜନ କରାଯାଇଥିଲା । ଏଥିପାଇଁ ସୋଆ ବିଶ୍ଵବିଦ୍ୟାଳୟ ସହାୟତା ଯୋଗାଇଥିବାବେଳେ ଅନ୍ତର୍ଜାତୀୟ ଚେସ୍ ଫେଡେରସନ, ଅଲ ଇଣ୍ଡିଆ ଚେସ୍ ଫେଡେରେସନ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ସମର୍ଥନ ମିଳିଥିଲା । ପ୍ରତିଯୋଗିତାରେ ଯୋଗ ଦେଇଥିବା ଚେସ୍ ଖେଳାଳିମାନଙ୍କୁ ‘ଏ’, ‘ବି’ ଏବଂ ‘ସି’ ତିନୋଟି ଶ୍ରେଣୀରେ ବିଭକ୍ତି କରାଯାଇଥିଲା । ସମ୍ପୂର୍ଣ୍ଣ ପ୍ରତିଯୋଗିତା ନିମନ୍ତେ ମୋଟ୍ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ରହିଥିବାବେଳେ ସେଥିରୁ ‘ଏ’ ଶ୍ରେଣୀର ଖେଳାଳିମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ପୁରସ୍କାର ‘ବି’ ଓ ‘ସି’ ଶ୍ରେଣୀ ଖେଳାଳିଙ୍କ ପାଇଁ ୭.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି । ଏହି ଉଦଯାପନୀ ଉତ୍ସବରେ ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ଓଡିଶା ସଂଘର ସଭାପତି ଜି.ସି ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ,  ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଶଙ୍କର ପ୍ରସାଦ  ମିଶ୍ର ଏବଂ  ତାପସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.