୩ ଦିନିଆ ଓଡ଼ିଶା ଗସ୍ତରେ ଭାରତର ମୁଖ୍ୟ ନିର୍ବାଚନ କମିସନର

add-all

Untitled-7-750x430

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିସନର ରବି କୁମାର। ନିର୍ବାଚନ ପାଇଁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସେ। ଏହି ଗସ୍ତ ଅବସରରେ ମୁଖ୍ୟ ନିର୍ବାଚନ କମିସନର ପ୍ରସ୍ତୁତି ନେଇ ସମୀକ୍ଷା କରିବେ। ଆସନ୍ତା ୧୫ ତାରିଖରୁ ଆରମ୍ଭ କରି ୧୭ ତାରିଖ ଯାଏଁ ଓଡ଼ିଶା ଗସ୍ତରେ ରହିବେ ସେ। ତେବେ ଖୁବ୍ ଶୀଘ୍ର ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି।
କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ହେବ। ତେଣୁ ଏହା ପୂର୍ବରୁ ମୁଖ୍ୟ ନିର୍ବାଚନ କମିସନର ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ଯାଇ ପ୍ରସ୍ତୁତି ସମୀକ୍ଷା କରୁଛନ୍ତି। ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ ଗସ୍ତରେ ଯାଇ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଥିଲେ ମୁଖ୍ୟ ନିର୍ବାଚନ କମିସନର। ଏହାପରେ ଏବେ ସେ ଓଡ଼ିଶା ଗସ୍ତରେ ଆସୁଥିବା ଜଣାଯାଇଛି।

ad-week
Leave A Reply

Your email address will not be published.