ନୀଳଗିରି ଖାଦାନ ପାଣିରୁ ୨ ମୃତଦେହ ଉଦ୍ଧାର

add-all

GF4BZtja0AAfxGD

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କାଂଶ ଗ୍ରାମର ଦୁଇଜଣ ଯୁବକ ଚାରିଦିନ ହେବ ନିଖୋଜ ଥିବାବେଳେ ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ନୀଳଗିରି ବ୍ଲକ୍‌ ମଛୁଆ ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ଖାଦାନ ନିକଟରୁ ଯୁବକଙ୍କ ଜୋତା ଓ ଗାଡ଼ି ଉଦ୍ଧାର ହେବା ସହ ସେଠାରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଛି। ଖାଦାନ ପାଣିରେ ଖୋଜାଖୋଜି କରାଯାଉଥିବା ବେଳେ ଆଜି ଭାସୁଥିବା ଦୁଇଟି ଶବ ଉଦ୍ଧାର ହୋଇଛି। ତେବେ ଶବଗୁଡିକ ସମ୍ପୃକ ଯୁବକଙ୍କର ନା ଆଉ କାହାର, ତାହା ଜଣାପଡିନି।
ନୀଳଗିରି ନିକଟ କାଂଶ ଗ୍ରାମର ସନ୍ତୋଷ ରାଉତଙ୍କ ପୁଅ ଭବାନୀଶଙ୍କର (୨୨) ଓ ସଞ୍ଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ (୨୧) କୌଣସି କାମରେ ମିତ୍ରପୁର ଯାଉଥିବା କହି ଘରୁ ବାହାରିଥିଲେ। ରାତି ସୁଦ୍ଧା ଘରେ ପହଞ୍ଚିବେ ବୋଲି ପରିବାର ଲୋକଙ୍କୁ ଫୋନ୍‌ କରି କହିଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ଯୁବକଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ଏପରି ସମୟରେ ମିତ୍ରପୁର ନିକଟ ଏକ ପରିତ୍ୟକ୍ତ ଖାଦାନକୁ କିଛି ସ୍ଥାନୀୟ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ଏକ ବାଇକ୍‌ (ଓଡି-୦୧-ଆର୍‌-୬୦୩୦) ସହ ଅନେକ ସ୍ଥାନରେ ରକ୍ତଛିଟା ପଡ଼ିଥିବା ଦେଖିଥିଲେ।

ଏନେଇ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଗାଡ଼ିଟି କାଂଶ ଅଞ୍ଚଳର ନିଖୋଜ ଭବାନୀ ଶଙ୍କର ରାଉତଙ୍କ ବଡ଼ଭାଇଙ୍କର ବୋଲି ଜଣାପଡ଼ିଥିଲା। ଏହା ସହିତ ଘଟଣାସ୍ଥଳରେ ପଡ଼ିଥିବା ଚପଲ ନିଖୋଜ ମନୋରଞ୍ଜନଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଭବାନୀ ପିନ୍ଧିଥିବା କାନର ନୋଳି ଓ କିଛି ଚୁଟିର ନମୂନା ସଂଗ୍ରହ କରିଥିବା ଜଣାପଡ଼ିଛି। ହତ୍ୟା ସନ୍ଦେହରେ ଅଗ୍ନିଶମ ବାହିନୀ ପକ୍ଷରୁ ଖାଦାନ ପାଣିରେ ଖୋଜାଖୋଜି କରାଯାଇଥିଲା। ତେବେ ତିନିଦିନ ପରେ ଆଜି ଭାସୁଥିବା ଦୁଇଟି ଶବ ଉଦ୍ଧାର ହୋଇଛି। ତେବେ ଶବଗୁଡିକ ସମ୍ପୃକ ଯୁବକଙ୍କର ନା ଆଉ କାହାର, ତାହା ଜଣାପଡିନି।

ad-week
Leave A Reply

Your email address will not be published.