ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ବାହାରିଲା ଛୁଞ୍ଚି

add-all

dg

ଭୁବନେଶ୍ୱର: ପୁଣି ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭୁବନେଶ୍ଵର AIIMS। ରାଜ୍ୟରେ ପ୍ରଥମ ଥର ପାଇଁ ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ବାହାରିଲା ଛୁଞ୍ଚି। ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଫୁସଫୁସରୁ ସିଲେଇ ଛୁଞ୍ଚି ବାହାରି କରିଛନ୍ତି ଡାକ୍ତରୀ ଦଳ ।

ପଶ୍ଚିମବଙ୍ଗରୁ ଆସିଥିବା ୯ ବର୍ଷୀୟ ନାବାଳକ ୪ ସେଣ୍ଟିମିଟର ଲମ୍ବର ସିଲେଇ ଛୁଞ୍ଚିକୁ ଗିଳିଦେଇଥିଲେ। ଯାହାକି ଫୁସ୍‌ଫସ୍‌ରେ ଲାଗିଥିଲା। ତେବେ ଗିଳିବାର ଦୁଇ ଦିନ ପରେ ନାବାଳକଙ୍କୁ ଏମ୍‌ସ ଭୁବନେଶ୍ୱରକୁ ଅଣାଯାଇଥିଲା।ଏପରି ପରିସ୍ଥିତିରେ ଉକ୍ତ ତୀକ୍ଷ୍‌ଣ ସାମଗ୍ରୀକୁ ବାହାରି କରିବାକୁ ଜଟିଳ ଅସ୍ତ୍ରୋପଚାରର ଆବଶ୍ୟକତା ଜରୁରୀ ଥିଲା। ମାତ୍ର ଏମ୍‌ସ ଶିଶୁ ବିଭାଗର ଏକ ଚିକିତ୍ସକ ଦଳ ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ଛୁଞ୍ଚି ବାହାର କରିଥିଲେ।

ଶିଶୁ ବିଶେଷଜ୍ଞ ଡ. ରଶ୍ମି ରଂଜନ ଦାସ, ଡ. କ୍ରିଷ୍ଣ ଏମ୍‌ ଗୁଲ୍ଲା, ଡ. କେତନ ଏବଂ ଡ. ରାମକୃଷ୍ଣଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଦଳ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଛୁଞ୍ଚିକୁ ବାହାର କରିଥିଲେ। ଏହି ପ୍ରକ୍ରିୟା ପ୍ରାୟ ଏକ ଘଣ୍ଟା ସମୟ ନେଇଥିଲା। ଚାରି ଦିନ ପରେ ଉକ୍ତ ନାବାଳକଙ୍କୁ ହସ୍‌ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.