ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍’

ନୂଆଦିଲ୍ଲୀ:ଆସନ୍ତା ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଶୁଭିବ ଦେଶର ଅନ୍ୟତମ ଜାତୀୟ ଗୀତ ‘ବନ୍ଦେ ମାତରମ୍‌’। ଜାତୀୟ ପତାକା ଉତ୍ତୋଳନ ସମୟରେ ‘ବନ୍ଦେ ମାତରମ୍‌’ ଗାନ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ‘ବନ୍ଦେ ମାତରମ୍‌’ର ୧୫୦ତମ…

ଏବେ ATMରୁ ମିଳିବ ସରକାରୀ ରାସନ

ରାୟପୁର : ରାସନ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର। ଆଉ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି ଏବଂ ପ୍ରତି ମାସରେ ରାସନ ପାଇବା ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ୁଛି, ତେବେ ଏହି ଖବର ଆପଣଙ୍କ…

ରୁଷ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ : ୧୨ ମୃତ, ୩୯ ଆହତ

ମସ୍କୋ:ପୁଣିଥରେ ରୁଷ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ତୀବ୍ର ହୋଇଛି। ରୁଷର ତାତାରସ୍ତାନ ଅଞ୍ଚଳର ନିଜ୍ନେକାମସ୍କ ସହରରେ ଶିଳ୍ପ ଓ ନାଗରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ୟୁକ୍ରେନ୍ ପକ୍ଷରୁ ବ୍ୟାପକ ଡ୍ରୋନ୍ ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣରେ ଅତି କମ୍‌ରେ ୧୨…

ପୂର୍ବତନ JPSC ଅଧ୍ୟକ୍ଷ ଏଲ୍ ଖିଆଙ୍ଗଟେ ଗିରଫ କଲା ଝାଡ଼ଖଣ୍ଡ CID

ଝାଡଖଣ୍ଡ : ଝାଡଖଣ୍ଡ ନିଯୁକ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ଭିତରେ ପୂର୍ବତନ JPSC ଅଧ୍ୟକ୍ଷ ଏଲ୍ ଖିଆଙ୍ଗଟେଙ୍କୁ ଗିରଫ କଲା ଝାଡ଼ଖଣ୍ଡ CID । ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC)ର ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ…

ବ୍ୟାରିକେଡ୍ ଡେଇଁ ବିଧାନସଭା ପାଖରେ ପହଞ୍ଚିଲେ ଛାତ୍ର, ପାଣିମାଡ଼ ସହ ପୋଲିସ କଲା ଲାଠିଚାର୍ଜ

ଝାଡ଼ଖଣ୍ଡ : ତୀବ୍ର ହେଉଛି ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ । ପୋଲିସ – ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ରାସ୍ତାରେ ହଜାର ହଜାର ଛାତ୍ର ପୋଲିସ ବ୍ୟାରିକେଡ୍ ଡେଇଁ ବିଧାନସଭା ପାଖରେ ପହଞ୍ଚିଗଲେ । ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଘଉଡ଼ାଇବାକୁ ପ୍ରଥମେ ପାଣିମାଡ଼ କରିଥିଲା ପୋଲିସ ।…

ଯୁବ ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ, ଅବସ୍ଥା ଗୁରୁତର

ଜଳେଶ୍ବର : ଯୁବ ଆଇନଜିବୀଙ୍କୁ ମାରଣାଅସ୍ତ୍ରରେ ଆକ୍ରମଣ । ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ  ଆଜି ଅପରାହ୍ନରେ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି । ସୁଚନା ମୁତାବକ  ଆଇନଜିବୀ ସିଦ୍ଧାର୍ଥ ଦାସ କୋର୍ଟରୁ କାମ ସାରି ଘରକୁ ଫେରୁଥିଲେ । ଜଳେଶ୍ବର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର…

ସର୍ପାଘାତରେ ଦୁଇ ମାସର ଶିଶୁ ପୁତ୍ର ମୃତ, ବାପା ଗୁରୁତର

ଦେବଗଡ: ବିଷାକ୍ତ ସାପ କାମୁଡାରେ ଆଜି ଜଣେ ୨ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ତିଳେଇବଣି ବ୍ଳକ ଝରାଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ତିଳେଇମାଳ ଗ୍ରାମରେ ଏଭଳି ଅଘଟଣ ହୋଇଛି । ସେପଟେ ବାପ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣା ପଡିଛି । ମୃତ ଶିଶୁ ଜଣକ…

ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ମୟୂରଭଞ୍ଜ: ଆକସ୍ମିକ ବଜ୍ରପାତ ନେଲା ଦୁଇ ଜୀବନ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧୀନ କାଶିପାଳ ଗ୍ରାମରେ ଆକସ୍ମିକ ବଜ୍ରପାତ ଯୋଗୁଁ ଦୁଇ ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ରାଜାବସା ପଞ୍ଚାୟତ କାଶିପାଳ ଗ୍ରାମର ସ୍ବର୍ଗତ ହରି ହାଁସଦାଙ୍କ ପୁଅ…

ପୋଲିସ କଣ୍ଟ୍ରୋଲ ରୁମରେ ସଫେଇ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ପୋଲିସ କଣ୍ଟ୍ରୋଲ ରୁମରେ ସଫେଇ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ । ଡିସିପି ଅଫିସର ଦ୍ୱାରସ୍ଥ ହେଲେ ପୀଡ଼ିତା ସଫେଇ କର୍ମଚାରୀ । ମଞ୍ଚେଶ୍ୱର ପୋଲିସ କଣ୍ଟ୍ରୋଲ ରୁମର ଆସିଷ୍ଟାଣ୍ଟ କମାଣ୍ଡର ଦୀପକ ନାୟକଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପୀଡ଼ିତା ।  ଗତ ୨ ତାରିଖରେ ମହିଳା…

ଏଗ୍ରିଷ୍ଟେକ ଆଇଡି ପାଇଁ ଚାଷୀଙ୍କ ପାଖକୁ ଯିବେ ସରକାର : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ଏଗ୍ରିଷ୍ଟେକ୍ ଆଇଡି ଦ୍ବନ୍ଦ୍ବ ଦୂର କଲେ ମନ୍ତ୍ରୀ । ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ରାଜସ୍ବ ମନ୍ତ୍ରୀ । ଧାନ ପଞ୍ଜୀକରଣରେ କୌଣସି ଅସୁବିଧା ନାହିଁ । ଗତ ବର୍ଷ ଯେଉଁ ମାନେ ଧାନ ବିକ୍ରି କରିଛନ୍ତି ସେମାନେ ଏଥର ମଧ୍ୟ ବିକ୍ରି କରି ପାରିବେ ।…