ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍’

add-all

ନୂଆଦିଲ୍ଲୀ:ଆସନ୍ତା ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଶୁଭିବ ଦେଶର ଅନ୍ୟତମ ଜାତୀୟ ଗୀତ ‘ବନ୍ଦେ ମାତରମ୍‌’। ଜାତୀୟ ପତାକା ଉତ୍ତୋଳନ ସମୟରେ ‘ବନ୍ଦେ ମାତରମ୍‌’ ଗାନ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ‘ବନ୍ଦେ ମାତରମ୍‌’ର ୧୫୦ତମ ପୂର୍ତ୍ତି ଅବସରରେ ଏହି ବିଶେଷ ଆୟୋଜନ କରାଯାଉଛି। ଚଳିତବର୍ଷ ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ସହ ‘ବନ୍ଦେ ମାତରମ୍‌’ ଗାନ ସ୍ୱତନ୍ତ୍ର ଆକର୍ଷଣ ପାଲଟିବ।

ଦେଶର ସ୍ୱାଧୀନତା ଆନ୍ଦୋଳନ ସହ ‘ବନ୍ଦେ ମାତରମ୍‌’ର ଐତିହାସିକ ସମ୍ପର୍କ ରହିଛି। ଏହି ଗୀତ ଭାରତୀୟଙ୍କ ଭିତରେ ଦେଶପ୍ରେମର ଭାବନା ସୃଷ୍ଟି କରିଥାଏ ।ସ୍ୱାଧୀନତା ଦିବସର ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ। ଏହି ଅବସରରେ ‘ବନ୍ଦେ ମାତରମ୍‌’ ଗାନ କରାଯିବା ଦ୍ୱାରା ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନରେ ଏକ ଐତିହାସିକ ଓ ଦେଶାତ୍ମବୋଧକ ମାହୋଲ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.