ଶ୍ରୀଅଙ୍ଗଙ୍କୁ ବାଧା; ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ ବନକ ଲାଗି ନୀତି । ତିନି ଦିନ ଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଙ୍କୁ ବାଧା ପହଞ୍ଚିଛି । ଶ୍ରୀମୁଖ ମଳିନ ପଡ଼ିଯାଇଛି । ଏଣୁ ଠାକୁରଙ୍କ ଶ୍ରୀମୁଖ ସିଂହାର ହେବ । ଏହି ବିଶେଷ ନୀତି ପାଇଁ ଠାକୁର ଦର୍ଶନ ସନ୍ଧ୍ୟାରେ ପ୍ରାୟ ୫ଘଣ୍ଟା ବନ୍ଦ ହେବ…

ବଢ଼ୁଛି ଜଳସ୍ତର: ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍

ସମ୍ବଲପୁର: ଛତିଶଗଡ଼ ସମେତ ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଅବ୍ୟାହତ ରହିଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳର ପ୍ରବାହ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜଳଭଣ୍ଡାରର ସ୍ଥିତି ଓ ବର୍ଦ୍ଧିତ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଜି ଆଉ ୪ଟି…

ଶ୍ରଦ୍ଧା ଓ ଶୃଙ୍ଖଳାର ଅପୂର୍ବ ସମନ୍ୱୟ: ଆଡପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ:ଶ୍ରଦ୍ଧାଳୁଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ରଥଯାତ୍ରାର ମହାପର୍ବ ମଧ୍ୟରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀ ତଥା ଆଡପ ମଣ୍ଡପକୁ ବିଜେ କରିଛନ୍ତି କାଳିଆ ସାଆନ୍ତେ। କେବଳ କାଳିଆ ଠାକୁର ନୁହନ୍ତି, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ…

ନୟାଗଡ଼,୧୮/୦୭(ନିସର୍ତ୍ତ):ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ ଧଳା ଜହର ଚୋରା କାରବାର ଜାରି ରହିଛି। ବ୍ରାଉନସୁଗାର କାରବାର ଅବକାରୀ ବିଭାଗ ପ୍ରତି ମୁଣ୍ଡ ବ୍ୟଥାର କାରଣ ପାଲଟି ଥିବା ବେଳେ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ନୟାଗଡ଼ ଅବକାରୀ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ…

ନାଳରେ ବୁଡ଼ିଗଲା ଦୁଇ ବର୍ଷର ଶିଶୁପୁତ୍ର

ସିଂହପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ହଳଦୀଡ଼ିହ ପଞ୍ଚାୟତର ଫଳପୁର ଗ୍ରାମରେ ଆଜି ନାଳରେ ବୁଡ଼ି ୨ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଗ୍ରାମର ଆକାଶ ମଲିକଙ୍କ ଶିଶୁପୁତ୍ର ଶ୍ରୀୟାଂଶୁ(୨) ମଧ୍ୟାହ୍ନରେ ଖାଇସାରି ବାହାରେ ବୁଲୁଥିବା ବେଳେ ଘର ନିକଟରେ ବର୍ଷାପାଣିରେ ପୂର୍ଣ୍ଣ…

ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୮ ମୃତ

ଅହମ୍ମଦାବାଦ : ଶନିବାର ଦିନ ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ ଅଘଟଣ ଘଟିଛି। ମହମୁଦପୁରାରେ ଏକ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆଠ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ ରୁ ଅଧିକ ଆହତ ହୋଇଛନ୍ତି। ଖବର ପାଇ ମେୟର ଏବଂ ମ୍ୟୁନିସିପାଲ କମିଶନର ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାରମ୍ଭିକ…

ବଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ ଆକ୍ରମଣ, ୪୫ ଯବାନ ନିହତ

ଇସ୍‌ଲାମାବାଦ୍‌ : ବଲୁଚିସ୍ତାନକୁ ନେଇ ଚିନ୍ତାରେ ପଡ଼ିଛି ପାକିସ୍ତାନ ସରକାର। ବଲୁଚିସ୍ତାନରେ ବାରମ୍ବାର ପାକିସ୍ତାନ ସେନା ଉପରେ ଆକ୍ରମଣ ହେଉଛି। ବଲୁଚିସ୍ତାନ ଲେବରେସନ୍‌ ଆର୍ମି (ବିଏଲ୍‌ଏ) ତରଫରୁ ବାରମ୍ବାର ଆକ୍ରମଣରେ ବହୁସଂଖ୍ୟକ ପାକିସ୍ତାନ ସୈନିକ ପ୍ରାଣ ହରାଉଛନ୍ତି।ଏହି କ୍ରମରେ…

ଆଣ୍ଡି ବର୍ନହାମ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ୨୦ରୁ ସମ୍ଭାଳିବେ ଶାସନ ଭାର

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ଆଣ୍ଡି ବର୍ନହାମ । ଜୁଲାଇ ୨୦ରୁ ସେ ଦେଶର ଶାସନ ଭାର ସମ୍ଭାଳିବେ। ବ୍ରିଟେନ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି । ଶାସକ ‘ଲେବର ପାର୍ଟି’ର ନୂଆ ନେତା ଭାବେ ଆଣ୍ଡି ବର୍ନହାମ୍ ଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା…

ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ, ଥରୁଛି ଗଲ୍ଫ ଦେଶ

ନୂଆଦିଲ୍ଲୀ: ଆମେରିକା-ଇରାନ ମୁହାଁମୁହିଁ । ଥରୁଛନ୍ତି ଗଲ୍ଫ ଦେଶ । ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଏକ ଭୟଙ୍କର ରୂପ ନେବାରେ ଲାଗିଛି । ଗତକାଲି ରାତିରେ ଆମେରିକା ସେନା ପକ୍ଷରୁ ଇରାନ ଉପରେ ପୁଣି ଥରେ ଭୟଙ୍କର ଏୟାରଷ୍ଟ୍ରାଇକ ହୋଇଛି । ଲଗାତାର ସପ୍ତମ ରାତି ପାଇଁ ବୋମାବର୍ଷା କରିଛି…

ମେକ୍ସିକୋରେ ୭.୩ ତୀବ୍ରତାର ଭୂକମ୍ପ ଝଟକା

ମେକ୍ସିକୋ: ମେକ୍ସିକୋ ଉପକୂଳରେ ଶକ୍ତିଶାଳୀ ଭୂକମ୍ପ । ୭.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ମେକ୍ସିକୋ ଉପକୂଳରେ ଏହି ଭୂକମ୍ପ ହୋଇଛି । ଏହା ଯୋଗୁଁ ମେକ୍ସିକୋ ଏବଂ ପଡ଼ୋଶୀ ଦେଶ ଗ୍ୱାତେମାଲାରେ ପ୍ରବଳ କମ୍ପନ ସୃଷ୍ଟି ହୋଇଛି । ୟୁଏସ୍…