ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ…

add-all

ନୟାଗଡ଼,୧୮/୦୭(ନିସର୍ତ୍ତ):ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ ଧଳା ଜହର ଚୋରା କାରବାର ଜାରି ରହିଛି। ବ୍ରାଉନସୁଗାର କାରବାର ଅବକାରୀ ବିଭାଗ ପ୍ରତି ମୁଣ୍ଡ ବ୍ୟଥାର କାରଣ ପାଲଟି ଥିବା ବେଳେ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ନୟାଗଡ଼ ଅବକାରୀ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ପଣ୍ଡାଙ୍କ ନିର୍ଦେଶକ୍ରମେ ଶନିବାର ଦିନ ରଣପୁର ଅବକାରୀ ଅଧିକାରୀ ଶଶୀକାନ୍ତ ରାଉତ ଜଣେ ଯୁବକକୁ ସନ୍ଦେହରେ ଅଟକ କରି ତନଖି କରିଥିଲେ। ତନଖିରେ ତାଠାରୁ ୬୫ ଗ୍ରାମ୍‌ର ବ୍ରାଉନ ସୁଗାର ଜବତ କରିଥିଲେ। ଅବକାରୀ ଅଧିକାରୀ ରାଉତଙ୍କ ସୂଚନା ଅନୁଯାଇ ଜବତ ବ୍ରାଉନ ସୁଗାର ମୂଲ୍ୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବ। ଅଟକ ଯୁବକ ବଜ୍ରକୋଟ ଗ୍ରାମର ରାଜ କିଶୋର ରାଉତରାୟଙ୍କ ପୁଅ ପ୍ରକାଶ ରାଉତରାୟ ଓରଫ କାଳିଆ (୩୨)। କାଳିଆ ନାମରେ ବ୍ରାଉନ ସୁଗାର କାରବାର ନେଇ ଅନେକ ଅଭିଯୋଗ ଥିଲା ବୋଲି ଜଣା ପଡିଛି । ଏହି ଚଢ଼ାଉରେ ନୂତନ ଅବକାରୀ ଥାନା ଅଧିକାରୀ ଶଶିକାନ୍ତ ରାଉତ, କର୍ମଚାରୀ ନିର୍ମଳ କୁମାର ବେହେରା, ବିକାଶ କୁମାର ଜେନା, ରମ୍ଭା ରାଉତ ଓ ସଂଜୀବ ସାମିଲ ଥିଲେ।ତେବେ ଅଭିଯୁକ୍ତ ପ୍ରକାଶକୁ ଗିରଫ କରାଯାଇ ନୟାଗଡ କୋର୍ଟ ଚାଲାଣ କରିଥିବା ଜଣାପଡିଛି ଆଗକୁ ଚଢ଼ାଉ ବ୍ୟାପକ କରାଯିବ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.