କବିସୂର୍ଯ୍ୟନଗର :ଯୁବକକୁ ହତ୍ୟା ଅଭିଯୋଗ…

puja26

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ‎କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧିନ ମାଲଗୁଡ଼ିଆ ଛକରେ ଯୁବକକୁ ନିର୍ମମ ହତ୍ୟା I ‎ମୃତ ଯୁବକ ଜଣକ ପୋଲସରା ବ୍ଲକ ଡୁଙ୍ଗୁରୀ ଗ୍ରାମର ନାରାୟଣ ପ୍ରଧାନ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଗତ ରାତିରେ ଦୁଇ ରୁ ତିନିଜଣ ସାଙ୍ଗ ଙ୍କ ସହ ମିଶି ସେ ଘରୁ ଆସି ଆଉ ଫେରିନଥିଲେ l ପରିବାର ଲୋକେ ଖୋଜାଖୋଜି ବେଳେ ସକାଳୁ ମାଲଗୁଡ଼ିଆ ଛକ ନିକଟରେ ମୁହଁରେ ଆଘାତ ଲାଗି ନାରାୟଣ ପଡ଼ିଥିବା ଦେଖିବାକୁ ପାଇଥିଲେ l ନାରାୟଣ ଙ୍କୁ ଉଧାରକରି ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି l ତେବେ ନାରାୟଣ ଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର ଅସ୍ପଷ୍ଟ ରହିଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି l ଗଞ୍ଜାମ ଜିଲ୍ଲା ରେ ପାର୍ବଣ ଋତୁ ସମୟରେ ମଦ ବ୍ୟବସାୟ କୁ ନେଇ ମୁଣ୍ଡ ଗଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଥିଲା ବର୍ତ୍ତମାନ ପୋଲିସ ତଦନ୍ତ ପରେ ମଦ ବ୍ୟବସାୟ ନା ପୂର୍ବ ଶତ୍ରୁତା କୁ ନେଇ ହତ୍ୟା ହୋଇଛି ସ୍ପଷ୍ଟ ହେବ।

ad-week
Leave A Reply

Your email address will not be published.