
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଆସିଛି। ଆସିକା ବ୍ଲକ ପାଣ୍ଡିଆ ପଥର ଗ୍ରାମବାସୀ ଙ୍କ ମେଳି ବାନ୍ଧି ଗ୍ରାମରେ ଆସିକା ବିଧାୟକ ଙ୍କୁ ପୁରେଇ ନଦେବା ପାଇଁ ଜୋର ଦାର ବିରୋଧ ସାଙ୍ଗକୁ ସରୋଜ ଗୋ ବ୍ୟାଗ ନାରା ରେ କମ୍ପିଥିଲା ଗାଁ। ଶେଷରେ ୪ ପ୍ଲାଟୁନ ପୋଲିସ ସହାୟତାରେ ଆସିକା ବିଧାୟକ ଗାଁ ବୁଲିଥିବା ଦେଖିବାକୁ ମିଳିଥିଲା। ପାଣ୍ଡିଆ ପଥର ଗାଁ ନାଁ ରେ ସରକାରୀ ଉନ୍ନୟନ ପାଣ୍ଠି ଆଣି ବିଧାୟକଙ୍କ ଫାର୍ମ ହାଉସକୁ ରାସ୍ତା ନିର୍ମାଣ କୁ ବିରୋଧ କରି ଗାଁ ଭିତରକୁ ବିଧାୟକ ଙ୍କୁ ପୁରେଇ ନଥିଲେ ଗ୍ରାମ ବାସୀ। ନିରୁପାୟ ହୋଇ ବିଧାୟକ ପୋଲିସ ର ସହାୟତା ନେଇ ଗାଁ ବୁଲି ଫେରିଥିଲେ। ବିଧାୟକ ସାଙ୍ଗରେ ଗାଁ ର କୌଣସି ଲୋକ ସାମିଲ ହୋଇନଥିବା ଦେଖିବାକୁ ମିଳିଥିଲା।
