
କାଉଣ୍ଟର ଏତଲା ପରେ ପୋଲିସ ଚୁପଚାପ ବସି ସମାଧାନ ପାଇଁ କରୁଛି ପ୍ରୟାସ….!
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଇଲାକାର ସୋରଣ ଗ୍ରାମର ସଂଖ୍ୟା ଲଘୁ ମହିଳା ଉପରେ ଗୋଟେ ପରିବାର ମିଳିତ ଆକ୍ରମଣ ମହିଳା ଲହୁ ଲୁହାଣ ହୋଇ ଭୁବନେଶ୍ୱର ଏମ୍ସ ରେ ଭର୍ତ୍ତି। ସୋରଣ ଗ୍ରାମର ଅବଦୁଲ ଅଲିମ ଖାନଙ୍କ ସ୍ତ୍ରୀ ରଫିଜୁନ ବିବି ଙ୍କୁ ଗୁରୁବାର ଦିନ ତାଙ୍କର ଦିଅର ଶେଖ ରାମଜାନ ଏବଂତାଙ୍କ ସ୍ତ୍ରୀ ଫାତିମାବିବି ଓ ତାଙ୍କ ଦୁଇ ପୁଅ ନାସିବୁଲ୍ଲା ଓ ହବିବ ବୁଲ୍ଲା ସକାଳେ ଲୁହା ରଡ଼ ରେ ଆକ୍ରମଣ କରିବା ଶହ ଅଶ୍ଳୀଳ ଇଙ୍ଗିତ କରିବା ସହ ସେ ପିନ୍ଧି ଥିବା ସୁନା ଚେନ ଲୁଟି ନେବା ସହ ପିସ୍ତଲ ଦେଖାଇ ଜୀବନ ରେ ମାରିଦେବାକୁ ଧମକ ଦେଇଥିବା ସମ୍ପର୍କ ରେ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ଏତଲା ଦେବା ପରେ ପୋଲିସ ଚୁପଚାପ ବସି କାଉଣ୍ଟର ଅଭିଯୋଗ ପରେ ଦୁଇ ପରିବାର ନାଁ ରେ କେଶ ରୁଜୁ କରିଥିବା ଜଣା ପଡିଛି। କୁଆଡ଼େ ଥାନା ବାବୁ କେଶକୁ ସମାଧାନ ପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି। ଗୁରୁତର ଆହତ ମହିଳା ଜୀବନ ସହ ସଂଗ୍ରାମ କରୁଥିବା ବେଳେ ପୋଲିସ କାଉଣ୍ଟର ଏଫ ଆଇ ଆର କରିବା କୁ ଉସକାଇବା ଅଭିଯୋଗ ହୋଇଛି। ପୋଲିସ ଏଭଳି କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ନାପସନ୍ଦ କରିଛନ୍ତି।
